ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ନାଉଗାଁ,(ଓ୍ବାଇଏନ୍ଏସ୍): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ରାଜନୈତିକ ହିଂସା ପ୍ରତିବାଦରେ ରବିବାର ସଂଧ୍ୟାରେ ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରର ଦୁର୍ଗାମଣ୍ଡପ ସମ୍ମୁଖରେ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ଲିପକ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ଏକ ଶୋଭାଯାତ୍ରା କରିବା ସହିତ ସରକାର ବିରୋଧୀ ସ୍ଳୋଗାନ ମାନ ଦେଇଥିଲେ । ମାହାଙ୍ଗା ବ୍ଳକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ରାଜନୈତିକ ହିଂସାରେ ନିର୍ମମ ଭାବେ ହତ୍ୟା କରାଯାଇଛି ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର କଂଗ୍ରେସରପୂର୍ବତନ ସଂଯୋଜକ ସୁନିଲ ମାଟିଆ, ଜଗତସିଂହପୁର ଜିଲ୍ଲା ଯୁବ ସଙ୍ଗଠକ ସ୍ୱରୁପ କାନୁନଗୋ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମିରଂଜନ ତ୍ରିପାଠୀ, ଅନନ୍ତ ବାସୁଦେବ ମିଶ୍ର, ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ସମ୍ପାଦକ ଅମୀୟ ଦାସ,ନାରାୟଣ ଲେଙ୍କା, ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଂଯୋଜକ ସୌମ୍ୟସଂଜୀବ ଦାସ,ଛାତ୍ରନେତା ସ୍ମୃତିରଂଜନ ଜେନା, ବିକାଶ ନାୟକ, ବାଦଲ ନାୟକ, ନିଗମାନନ୍ଦ ସ୍ୱାଇଁ, ଅଜୟ ସାହୁ, ଅମନଦିପ ରାଉତ, ତାରକ ଜେନା, ଗଣେଷ ଲେଙ୍କା ଆଦି ସାମିଲ ହୋଇଥିଲେ ।


