ଗଙ୍ଗଦାହାଟରେ ଶ୍ରୀ ଅଚ୍ୟୁତ ଇ-ବାଇକ ପଏଂଟ ଉଦଘାଟିତ

ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ମେଗା ମାର୍କେଟ କମ୍ପେ୍ଲସ ରେ ଶ୍ରୀ ଅଚ୍ୟୁତ ଇ-ବାଇକ ପଏଂଟ ଉଦଘାଟିତ ହୋଇଯାଇଛି । ଗାରୋଇ ଗୋବର୍ଦ୍ଧନ ପୀଠର ମଠାଧିଶ ବାବା ଶ୍ରୀ ଶ୍ରୀ ଦିବ୍ୟଲୋଚନ ଦାସଙ୍କ କରକମଳରେ ଏହି ଇ-ବାଇକ ପଏଂଟ ଉଦଘାଟିତ ହୋଇଥିଲା । ପରିବେଶକୁ ସୁହାଇଲା ପରି ଏହି ବାଇକ ବିନା ପେଟ୍ରୋଲ, ବିନା ରେଜିଷ୍ଟ୍ରେସନ, ବିନା ଲାଇସେନ୍ସ, ବିନା ପଲିୟୁସନରେ ଚାଳିତ ହେବ ବୋଲି ପଏଂଟର ପ୍ରୋପାଇଟର ରଶ୍ମିରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଓମ ପ୍ରକାଶ ସ୍ୱାଇଁ, ସୌମ୍ୟପ୍ରସାଦ ଜେନା ପ୍ରମୁଖ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ