ଓୟୁଏଟି ପକ୍ଷରୁ ମାଣ୍ଡିଆ ଅମଳ ଓ ସଫାଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ାଠାରେ ମାଣ୍ଡିଆ ଚାଷୀ ଯେପରି ସଅଳ ଓ ସହଜରରେ ନିଜ ଉତ୍ପାଦିଦ ମାଣ୍ଡିଆକୁ କ୍ଷେତ୍ରରୁ ଅମଳ କରିବା ସହିତ ସଫା ସୁତୁରା କରି ଚାହିଦା ବୃଦ୍ଧି କରିପାରିବେ ଓ ଅଧିକ ଦରରେ ବଜାରରେ ବିକ୍ରି କରି ଲାଭବାନ ହୋଇପାରିବେ ସେଥି ପାଇଁ ଅଭିଜ୍ଞ ବୈଜ୍ଞାନିକ, ବିଭାଗୀୟ ପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଆୟୋଜିତ ଏକ ଆଲୋଚନା ଚକ୍ରରେ ପରାମର୍ଶ ଦେଇଛନ୍ତି । ଓଡ଼ିଶା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, କନ୍ଧମାଳ କୃଷି ବିଭାଗ, ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ପ୍ରସାରଣ କେନ୍ଦ୍ର ଜି.ଉଦୟଗିରି, କୃଷି ବିଜ୍ଞାନ କେନ୍ଦ୍ର କନ୍ଧମାଳ, ଓଡ଼ିଶା ମିଲେଯ୍‍ ମିଶନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ୱାଇଁ, ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର କଣ୍ଡୁରୀ ଚରଣ ଦାସ, ଭୋପାଳ କେନ୍ଦ୍ରୀୟ କୃଷି ଯାନ୍ତ୍ରୀକ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ମହାରାଣି ନନ୍ଦ , ଅଧ୍ୟକ୍ଷ ପ୍ରଫେସର ସଂଜୟ କୁମାର ଦାସ, କ୍ଷେତ୍ର ଯନ୍ତ୍ରପାତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା ପ୍ରମୁଖ କ୍ଷେତ୍ର ପ୍ରଦର୍ଶନ ଦେଖିବା ସହିତ ଆଲୋଚନା କରିଥିଲେ। ସେହିପରି ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଅଧିକ୍ଷଣ ଯନ୍ତ୍ରୀ ଇ, ସୁଧାଂଶୁ କର, ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟ ରଂଜନ ରାଉତ, ସହକାରୀ ଗବେଷଣା ଅଧ୍ୟକ୍ଷ ଡ଼.ଦେବେନ୍ଦ୍ର କୁମାର ଦେବତା, ମୁଖ୍ୟ ବୌଜ୍ଞାନିକ ଡ଼.ଦିଲିପ ବସ୍ତିଆ, କେବିକେ ମୁଖ୍ୟ ଡ଼.ଦେବାଶିଷ୍‍ ମିଶ୍ର, ଓଡ଼ିଶା ମିଲେଟ୍‍ ମିଶନର ଯୋଜନା ଅଧିକାରୀ ଅନିଲ୍‍ ପ୍ରହରାଜ, କାର୍ଯ୍ୟକ୍ରମ ସଂଯୋଜକ ତଥା ବ୍ଳକ କୃଷି ଅଧିକାରୀ ହେମନ୍ତ ଦାସଙ୍କ ସମେତ ବହୁ କର୍ମଚାରୀ ଓ ସଂଗଠନର କର୍ମକର୍ତ୍ତା ମାନେ ଏଥିରେ ସାମିଲ୍‍ ହୋଇ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ପରାମର୍ଶ ସେବା ସହିତ ଯନ୍ତ୍ରପାତି ଗୁଡ଼ିକର ସଠିକ୍‍ ବ୍ୟବହାର କରିବା ସମ୍ପର୍କରେ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ