ଛଟେଇ ବିରୋଧରେ କନ୍ଧମାଳର ଡାଟା ଏଣ୍ଟ୍ରି ଅପରେଟରଙ୍କ ତରଫରୁ ଦାବିପତ୍ର ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ମହାତ୍ମା ଗାନ୍ଧୀ କର୍ମନିୁଯୁକ୍ତି ଯୋଜନା କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ନିଯୁକ୍ତ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଛଟେଇ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଆଉଟ ସୋର୍ସିଙ୍ଗ ମାଧ୍ୟମରେ ଏମାନେ ନିଯୁକ୍ତି ପାଇଥିବା ବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ନୂଆ ଆଉଟ ସୋର୍ସିଙ୍ଗ ସଂସ୍ଥାକୁ ନିୟୋଜିତ କରିବା ପାଇଁ ଟେଣ୍ଡର ବାହାରିଛି । ଫଳରେ ପୁରୁଣା ନିୟୋଜନ ସଂସ୍ଥା ଜରିଆରେ ଚାକିରି ପାଇଥିବା କର୍ମଚାରୀମାନଙ୍କ ଚାକିରୀ ହରାଇବା ସମ୍ଭାବନା ଦେଖା ଦେଇଛି । ଏହା ଫଳରେ ଜିଲାର ବିଭିନ୍ନ ବ୍ଲକରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ କର୍ମଚାରୀମାନେ ଆଗକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହେବ ବୋଲି ଅଭିଯୋଗ କରିଛନ୍ତି । ଏ ମର୍ମରେ ଜିଲାପାଳଙ୍କୁ ଏକ ଦାବୀପତ୍ର ଦେଇ ସେମାନେ କହିଛନ୍ତି ଯେ, ଏହି ପଦବିରେ ନୂତନ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବା ପାଇଁ ଚାଲିଥିବା ପ୍ରକ୍ରିୟା ଦ୍ୱାରା ପ୍ରଶାସନ ସେମାନଙ୍କ ମୁହଁରୁ ଆହାର ଛଡାଇ ନେବା ପାଇଁ ବାଟ ଖୋଲିଛି । ସେମାନଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ନୂଆ ଲୋକଙ୍କୁ ନିଯୁକ୍ତି ଦେବା ବଦଳରେ ସେମାନଙ୍କୁ ହିଁ ଏହି ପଦବିରେ ରଖିବା ପାଇଁ କନ୍ଧମାଳ ଜିଲାପାଳଙ୍କ ପାଖରେ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ