ନାଉଗାଁ ବ୍ଳକର କୃଷକ ଉପଦେଷ୍ଟାମଣ୍ଡଳୀ ବୈଠକ ଅନୁଷ୍ଠିତ
ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ବ୍ଲକ କୃଷି କାର୍ଯ୍ୟାଳୟରେ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ବ୍ଳକ କୃଷକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି, ପ୍ରାଣୀ ସଂପଦ, ଉଦ୍ୟାନ ଓ ମତ୍ସ ବିଭାଗର ଅଧୀକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବ୍ଳକର କୃଷି ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ରାଜା ଉଦୟଭାନୁ ରାଉତ ବ୍ଳକରେ ଥିବା ପ୍ରାଣୀ ଚିକିତ୍ସାଳୟ ଦୟନୀୟ ଅବସ୍ଥାରେ ରହିଥିବା ବେଳେ ଏହାର ଭିତିଭୂମିକୁ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସହାୟକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ତୁଷାରକାନ୍ତ ସ୍ୱାଇଁ, ଅତିରିକ୍ତ ମତ୍ସ ସଂପ୍ରସାରଣ ଅଧିକାରୀ ରଂଜିତ ରାଉତ, ଉଦ୍ୟାନ ବିଭାଗର ଅଧିକାରୀ ଆଶିଷ ମହାନ୍ତି ଓ ଆତ୍ମା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।


