ଜଗତସିଂହପୁରରେ ଗୁଳି କାଣ୍ଡ

ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ଥାନା ଅନ୍ତର୍ଗତ ପଳାଶୋଳ ଗ୍ରାମରେ ଗୁଳିକାଣ୍ଡ ଘଟିଥିବା ଥାନାରେ ଏତଲା ହୋଇଛି । ଖବରରୁ ଜଣାଯାଏ ପଳାଶୋଳ ଗାଁର ସତ୍ଯ ମହାନ୍ତି ସେହି ଗ୍ରାମର ଅଶୋକ କୁମାର ବିଶ୍ବାଳଙ୍କ ସହିତ ଝଗଡ଼ା କରି ପାଖରେ ରଖିଥିବା ବନ୍ଧୁକଦ୍ବାରା ଗୁଳିମାଡ କରିଥିଲା । ଗୁଳିଟି ଅଶୋକଙ୍କ ବାମପଟ ମୁଣ୍ଡରେ ବାଜିଥିଲା ସେ ସେହିଠାରେ ସଂଜ୍ଞା ହୀନ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ହୋ ହାଲ୍ଲା କରିଥିଲେ । ଅଶୋକଙ୍କ ଘରଲୋକେ ଆସି ଅଶୋକଙ୍କୁ ଜଗତସିଂହପୁର ମେଡିକାଲ ନେଇ ଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ଅଶୋକଙ୍କ ପୁତୁରା ସାଗର ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନାଧିକାରୀ ରଜନୀ କାନ୍ତ ମିଶ୍ର ସଦଳବଳେ ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଥିଲେ । 341/324/326/307/25/27ଦଫାରେ ଆସାମୀକୁ ନେଇ ତଦନ୍ତ ଆରମ୍ଭ କରିଥିବା ଆମ ଯୁଗାବ୍ଦ ପ୍ରତିନିଧି ଅନସୂୟା ରାଉତଙ୍କୁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ