ୟୁକୋ ବ୍ୟାଙ୍କର ୭୮ତମ ପ୍ରତିଷ୍ଠା ଦିବସ ପାଳିତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା) : ୟୁକୋ ବ୍ୟାଙ୍କର ୭୮ତମ ପ୍ରତିଷ୍ଠା ଦିବସ ଚୌଦ୍ଵାର ଆଗ୍ରାହାଟ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲାର ୪୩ ଟି ପଞ୍ଚାୟତ କୁ ଡିଜିଟାଲ ପଞ୍ଚାୟତ ଭାବେ କାର୍ଯ୍ୟକାରୀ ପାଇଁ ଶୁଭ ଉଦ୍ଘାଟନ କରାଯାଇଛି । ଏଥି ସହ ବ୍ୟାଙ୍କ ପକ୍ଷରୁ “ମେ ହୁଁ ଡିଜିଟାଲ” ନାମକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଯାହାର ତାଲିମ କାର୍ଯ୍ୟକ୍ରମ ଜାନୁଆରୀ ୪ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଶେଷ କରି ସ୍ଥାନୀୟ ଉଠା ଦୋକାନୀ,ଯୁବକ,ଯୁବତୀମାନେ ଉପକୃତ ହେବେ ବୋଲି ଏହି କାର୍ଯ୍ୟକ୍ରମ ରେ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମ ୟୁକୋ ବ୍ୟାଙ୍କ କଟକ ର ଏଲ ଡି ଏମ୍ ରାଜେଶ୍ ବେଉରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କ ରାଜ୍ୟ ଜି ଏମ୍ ଆରୁପାନନ୍ଦ ଜେନା ଯୋଗ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ବିଡିଓ ବିନୋଦ କୁମାର ସେନାପତି,ଲଲାଟେନ୍ଦୁ ବେହେରା,ଶିବପ୍ରସାଦ ମିଶ୍ର,ସିଦ୍ଧାର୍ଥ ପଣ୍ଡା,ପବିତ୍ର ବେହେରା, ସତ୍ୟନାରାୟଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ସ୍ଥାନୀୟ ଅଞ୍ଚଳ ର ବହୁ ପୁରୁଷ ଓ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ