ଜଗତସିଂହପୁର ବିଜପି ତରଫରୁ ଏସ୍ ପି ଅଫିସ୍ ସମ୍ମୁଖରେ ଧାରଣା
ଜଗତସିଂହପୁର, (ଅନସୂୟା ରାଉତ): ମାହାଙ୍ଗା ଅଞ୍ଚଳରେ ଦୁଇଜଣ ବିଜେପି ନେତାଙ୍କୁ ନିର୍ମମ ହତ୍ଯା ପ୍ରତିବାଦରେ ଜଗତସିଂହପୁର ବିଜେପି ପକ୍ଷରୁ ଏସ୍ ପି ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଜିଲ୍ଲାର ବିଜେପି ସୁପ୍ରମୋ ଶ୍ରୀଯୁକ୍ତ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କର୍ମୀ ମାହଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ନାରାବାଜି ଦେଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ରାଜ୍ୟରେ ଆଈନ୍ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଯାଇଛି ବୋଲି ଲୋକ ମାନଙ୍କୁ କହିଥିଲେ । ବିଜେପିର ଧାରଣାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ଯାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।


