ରକ୍ଷାକାଳୀ କ୍ରିକେଟ ଟୁର୍ଣାମେଣ୍ଟର ତୃତୀୟ କ୍ୱାଟର
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁରରେ ମା ରକ୍ଷାକାଳୀ ଯୁବକ ସଂଘ ଦ୍ବାରା ଆୟୋଜିତ ତୃତୀୟ ଦିନ ମ୍ଯାଚରେ କେଡ଼ିସିସି ଆଖୁଆପଦା କ୍ରିକେଟ କ୍ଳବ ଓ ଧାମନଗର ସ୍ପୁଟିଙ୍ଗ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କେଡ଼ିସିସି ଆଖୁଆପଦା କ୍ରିକେଟ କ୍ଳବକୁ ହରାଇ ଧାମନଗର ସ୍ପୁଟିଙ୍ଗ କ୍ଳବ ବିଜୟ ହୋଇଥିଲା। ପୂର୍ବରୁ ଦୁଇଟି କ୍ୱାଟର ଫାଇନାଲ ସରିଯାଇଛି। ଆଜି ତୃତୀୟ କ୍ୱାଟର ଫାଇନାଲ ମ୍ଯାଚକୁ ଅମ୍ପାୟାର ପିନାକୀ ସାହୁ ଓ ଅବିନାଶ ଦେବତା ପରିଚାଳନା କରିଥିଲେ। ମୁକ୍ତିକାନ୍ତ ପାଢ଼ୀ ଓ ଆଶିଷ ଷଡଙ୍ଗୀ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିବାବେଳେ ମନୋରଞ୍ଜନ ବେହେରା କମେଣ୍ଟ୍ରି କରିଥିଲେ। ମ୍ଯାଚର ଆନୁସାଙ୍ଗିକ ସହଯୋଗୀ ଭାବେ ରାଜେଶ ସେଠୀ , ଓମ ପ୍ରକାଶ ବାରିକ କାର୍ଯ୍ୟ ତୁଲାଇଥିଲେ।


