ବନ୍ତ ବ୍ଲକରେ ବିଜେପିର ମଣ୍ଡିଚାଲ ଅଭିଯାନ

 ଯୋଗାଣ ବିଭାଗ, ମିଲର ଓ ଧାନକ୍ରୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଧାନମଣ୍ଡି
ବନ୍ତ,(ଚାନ୍ଦିନୀ ମହାନ୍ତି) : ଯୋଗାଣ ବିଭାଗ, ମିଲର ଓ ଧାନକ୍ରୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏବେ ବନ୍ତ ବ୍ଲକରେ ଚାଷୀ ଶୋଷଣର ଶୀକାର ହେଉଛନ୍ତି । ସରକାରଙ୍କ ଦ୍ୱାରା ୨୦୨୦-୨୧ ବିପଣନ ବର୍ଷ ପାଇଁ ସାଧାରଣ କିସମ ଧାନର ନିର୍ଦ୍ଧିାରିତ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କା ପାଇବାରୁ ବଂଚିତ ହେଉଛନ୍ତି । ଧାନର ଗୁଣାତ୍ମକ ମାନ ଆଳରେ କ୍ୱିଣ୍ଟାଲ ପ୍ରତି ୬ରୁ ୮ କିଗ୍ରା ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ କଟନୀ, ଛଟନୀ ନାମରେ ଲୁଟ କରାଯାଉଛି । ସେହିପରି ଅଖାର ମୂଲ୍ୟ ଓ ଲୋଡିଂ ବାବଦ ଅର୍ଥ ଚାଷୀଙ୍କ ଠାରୁ ଆଦାୟ କରାଯାଉଛି ବୋଲି ଚାଷୀୀ ମାନେ ମଣ୍ଡିଚାଲ ଅଭିଯାନ ସମୟରେ ଅଭିଯୋଗ କରିଥିବା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଗଣମାଧ୍ୟମକୁ କହିଛନ୍ତି । ଶ୍ରୀ ଧଳଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତ ଶଙ୍କର୍ଷଣ ଜେନା, ଆଇନଜୀବି ବନମାଳୀ ଜେନା, ନବ କିଶୋର ବଳ, ତପନ ବାରିକ, ମନୋଜ ବିଶ୍ୱାଳ, ଇଂ.ପ୍ରମୋଦ ଜେନା, ପୂର୍ଣ୍ଣ ଚନ୍ଦ୍ର ସାହୁ, ରାଜୀବ ସାହୁ, ରବି ନାରାୟଣ ସାହୁ, ତାପସ ଜେନା, କୁଳମଣି ବେହେରା, ନିରଂଜନ ଭୂୟାଁ, ଅକ୍ଷୟ ରାଉତ, ଜଳଧର କର, କିଶୋର ବିଶ୍ୱାଳ, ଦେବେନ୍ଦ୍ର ଜେନା ପ୍ରମୁଖ ବିଭିନ୍ନ ମଣ୍ଡି ଗ୍ରସ୍ତ କରି ଚାଷୀ ମାନଙ୍କୁ ଭେଟିବା ସହିତ ଧାନକ୍ର୍ରୟ ଅଧିକାରୀ ମାନଙ୍କ ସହିତ ଚାଷୀର ପ୍ରାପ୍ୟ ବାବଦରେ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଦଳ ଚାଷୀ ମାନଙ୍କର ହକ୍ ସଂପର୍କରେ ଲିଫଲେଟ୍ ବାଣ୍ଟି ସଚେତନ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସଂପର୍କରେ ମଣ୍ଡି ସାମ୍ନାରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଚାଷୀ ମାନେ ସେମାନଙ୍କର ହକ୍ ପ୍ରାପ୍ୟ ପାଇବାରୁ ବଞ୍ôଚତ ହେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି । ଏହି ମଣ୍ଡି ଚାଲ ଅଭିଯାନ ସମୟରେ ବିଜେପିର ପ୍ରତିନିଧି ଦଳ ରାମକୃଷ୍ଣପୁର, ରାମପୁର, କେନ୍ଦୁଆପଦା, ସେଣ୍ଢତୀରା ଆଦି ପଞ୍ଚାୟତର ଧାନମଣ୍ଡିକୁ ଯାଇ ଧାନକ୍ରୟ ଅଧିକାରୀ ଓ ଚାଷୀ ମାନଙ୍କୁ ଭେଟି ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ