ଗାନ୍ଧୀ ବାଦି ଆଦର୍ଶ ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ଜଗତସିଂହପୁର,(ଅନସୂୟା ରାଉତ): ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋ ପଞ୍ଚାୟତର ଅରିଲୋ ଗ୍ରାମର ଶତାୟୁ ଗାନ୍ଧୀ ବାଦି ଅବସର ପ୍ରାପ୍ତ ଶିକ୍ଷକ ହାଡିବନ୍ଧୁ ସାମଲ ଆଜି ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ସାମଲ ଜଣେ ଗାନ୍ଧିବାଦୀ ଶିକ୍ଷକ ଭାବେ ପରିଚିତ ଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବଦା କାର୍ଯ୍ୟ କରୁଥିବା ବିଷୟ ସେତେବେଳେ ବେଶ୍ ଚର୍ଚ୍ଚା ପାଲଟି ଥିଲା। ତାଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଉଥିଲେ ବୋଲି ଆଜି ତାଙ୍କ ମର ଶରୀର ପାଖରେ ଅନେକ ଛାତ୍ରଛାତ୍ରୀ ପହଞ୍ଚି ଦୁଃଖର ସହିତ ପ୍ରକାଶ କରିଥିଲେ। ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।ତାଙ୍କ ମୃତ୍ୟୁରେ ମାନ୍ଯବର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ,ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ମହନି ରାଉତ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।ପ୍ରଧାନ ଶିକ୍ଷକ ହରେକୃଷ୍ଣ ଦାସ, ଶିକ୍ଷକ ମହେନ୍ଦ୍ର ରାଉତ, ଅନୀଳ ଦାସ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପହଞ୍ଚି ପରଲୋକ ଗତ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ଜୀବନ ବୀମା ନିଗମ ଉପଦେଷ୍ଟା କୈଳାସ ନାଥ ସାମଲ, ପୁତ୍ର ବଧୁ ଏବିଓ ସଂଯୁକ୍ତା ମଲିକ୍, ସପ୍ଟ ୱୈୟାର ଇଂଜିନିୟର ନାତି ଜୟସନ୍ତୋଷ ସାମଲ, ନାତୁଣୀ ବୋହୂ ଇଂ ନୀଲିପ୍ତା ଜେନା, ନାତୁଣୀ ଇଂ ଜୟଶ୍ରୀ ସାମଲ ଓ ନାତୁଣୀ ଜ୍ବାଇଁ ପରିଚାଳକ ସୌମ୍ୟରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂକୀର୍ତ୍ତନ ରୋଷଣୀ ମଧ୍ଯରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।


