ମହାଙ୍ଗା ଡବଲ୍ ମର୍ଡର ପ୍ରତିବାଦରେ ଜଗତସିଂହପୁର ବିଜେପି ତରଫରୁ ଏସ୍ ପି ଅଫିସ୍ ସମ୍ମୁଖରେ ଧାରଣା

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ବିଜେପି ପକ୍ଷରୁ ମହାଙ୍ଗା ଡବଲ୍ ମର୍ଡର ପ୍ରତିବାଦରେ ସ୍ଥାନୀୟ ଏସ୍ ପି ଅଫିସ୍ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦୁଇଜଣ ବିଜେପି ନେତାଙ୍କୁ ନିର୍ମମ ହତ୍ଯା କରାଯାଇଥିଲା। ସେହି ହତ୍ୟାକାଣ୍ଡରେ ବିଜେଡି ବିଧାୟକ ତଥା ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଓ ତାଙ୍କର ୧୨ଜଣ କର୍ମୀଙ୍କ ନାମରେ ଏତଲା ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ଯାଇଛି ବୋଲି ବିଜେପି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ ହୋଇଛି। ସେହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ବିଜେପି ସୁପ୍ରିମୋ ତଥା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କର୍ମୀ ଏସ୍ ପି ଅଫିସ୍ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ। ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ବିଭିନ୍ନ ନାରାବାଜି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ