ଗଞ୍ଜାମ ଜିଲାପାଳ ଙ୍କ ଦିଗପହଣ୍ଡି ଗସ୍ତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲା ପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ ପ୍ରଥମେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଏମ୍ ଜି ଏନ୍ ଆର ଇ ଜି ଏସ ଯୋଜନା ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ନିର୍ମାଣ ଚାଲି ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ଚଳିତ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ସହ ଫା ସି ଗୁଡ଼ା ଏବଂ ଭିଷ୍ମଗିରି ଠାରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍ ସି ସି) ଏବଂ ମେଟେ ରିଆଲ୍ ରିକଭରି ଫେଶିଲିଟି ସ (ଏମ୍ ଆର ଏଫ୍) ପ୍ରକଳ୍ପ ର ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ କିଭଳି ସମାପନ କରାଯିବ ସେ ନେଇ ପଦକ୍ଷେପ ନେବାକୁ ସେ ବିଡ଼ିଓ ହଳଧର ଶବର ଙ୍କୁ ପରାମର୍ଶ ଦେଇଥିଲେ। ପରେ ସେ ସିଦ୍ଧେଶ୍ୱର ପଞ୍ଚାୟତ କୋଟିନ ଡ଼ା ଗାଁ ରାସ୍ତାରେ ଥିବା ଶଙ୍ଖରାଜ ପଡିଆରେ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ନିର୍ମାଣ ଚାଲିଥିବା କ୍ୟାଟଲ ହଷ୍ଟେଲ (ଗୋ -ଶା ଳା) ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏକ କାଳୀନ ୫୦ ଗାଈ ସୁରକ୍ଷିତ ଭାବେ ରହି ପାରିବା ଭଳି ଏହି କ୍ୟା ଟଲ ହଷ୍ଟେଲ ନିର୍ମାଣ କରାଯିବ। ଚଳିତ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ସେ ନିର୍ଦ୍ଦେଶ ଦେବା ସହ ପ୍ରକଳ୍ପ ପାର୍ଶ୍ଵରେ ଅନ୍ୟ କିଛି ପ୍ରକଳ୍ପ କାର୍ଯ୍ୟ ହୋଇପାରିବ ସେ ସମ୍ପର୍କରେ ଡିପିଆର୍ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ , ବ୍ଳକ ପ୍ରାଣୀ ବିଭାଗ ଅଧିକାରୀ ଡ଼ା. ଆଶୀଷ କୁମାର ଦୋରା, ଡ଼ା. ଅନୀତା କୁମାରୀ ଦୋରା, ବ୍ଳକ ସହକାରୀଯନ୍ତ୍ରୀ ଇଂ. ଗଙ୍ଗାଧର ଲେଙ୍କା, କନିଷ୍ଠ ଯନ୍ତ୍ରୀ ଇଂ. ପ୍ରେମ ଚାନ୍ଦ କହାପାତ୍ର, ରାଜସ୍ବ ନୀରିକ୍ଷକା ବନିତା ପାତ୍ର, ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା,ପିଇଓ ସଂଗ୍ରାମ ଆଚାର୍ଯ୍ୟ,ଓ୍ୱାର୍ଡସଭ୍ୟ କେ.ଲକ୍ଷ୍ମୀନାରାୟଣ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଗୋ – ଶାଳାରେ ୧୮ ଟି ଗାଇ ଗୁହାଳ ସହ ୭ ଟି ଛେଳି ଗୁହାଳ ନିର୍ମାଣ ପାଇଁ ପ୍ରସ୍ତୁତ ପ୍ରକଳ୍ପ ର ପ୍ରଶାସନିକ ଅନୁମୋଦନ କରାଯାଇଛି।ଗୋ -ଶାଳା ନିକଟରେ ଚାରଣ ଭୂମି ପାଇଁ ଘାସ ଚାଷର ବ୍ୟବସ୍ଥା କରାଯିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ