ମା ଡମଡମଣି ପୀଠରେ ମକର ମେଳା ଅନୁଷ୍ଠିତ ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ମା ଡମଡମଣି ପୂଜା କମିଟି ତରଫରୁ ଡମଡମଣି ମକର ମେଳା ର ପ୍ରସ୍ତୁତି ବୈଠକ ପୀଠ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ କମିଟି ର ସଭାପତି ଜୟନ୍ତ ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୪ ତାରିଖ ତଥା ମକର ସଂକ୍ରାନ୍ତି ରେ ଅନୁଷ୍ଠିତ ହେବାକୁ ଥିବା ମକର ମେଳା କୁ ଭକ୍ତମାନଙ୍କୁ ବରଣ କରିବା ସହ ମା ଡମଡମଣି ଙ୍କ ସାଧାରଣ ଦର୍ଶନ ବନ୍ଦ କରାଯିବା ପାଇଁ ଉକ୍ତ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମା ଙ୍କ ପୂଜା ଅର୍ଚ୍ଚନା ଯଥା ବିଧି ଅନୁଷ୍ଠିତ ହେବ। କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ଏଭଳି ନିଷ୍ପତ୍ତି ନିଯାଇଛି ବୋଲି କମିଟି ତରଫ ରୁ ସୂଚନା ଦିଆଯାଇଛି। ଏହା ସହିତ ମନ୍ଦିର ପାଖ ଅଞ୍ଚଳରେ ବଣ ଭୋଜି କୁ ମଧ୍ୟ ବନ୍ଦ କରାଯାଇଛି।ଉକ୍ତ ବୈଠକ ରେ ଚୌଦ୍ଵାର ଥାନାଧିକାରୀ ବିରଞ୍ଚି ନାରାୟଣ ପତି,ଫରେଷ୍ଟର ମାଣିକ ମୁଣ୍ଡ,ସୁଦର୍ଶନ ରାଉତ,ଦିବାକର ନାୟକ,ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ