ଆଜି କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ
କେନ୍ଦ୍ରାପଡା, (ଓ୍ବାଇଏନ୍ଏସ୍):ଜିଲ୍ଲା ସ୍ତରୀୟ ପାଲା ଗାୟକ,ଗାୟୀକା ସମ୍ମିଳନୀ ଆଜି ସହର ଉପକଣ୍ଠ ଶ୍ୟାମସୁନ୍ଦରପୁର ଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ପରିସରରେ ଅନୁଷ୍ଠିତ ହେବ । ଶ୍ରୀ ନିଳାଚଳ ନିଖଳୋôଳଳ ପାଲା ଗାୟକ ପରିଷଦର ଶାଖା ତଥା କେନ୍ଦ୍ରାପଡା ଜିଲ୍ଲା ପାଲା ଗାୟକ ପରିଷଦର ୨୪ତମ ବାର୍ଷିକ ସମ୍ମିଳନୀ ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ପରିଷଦର ସଭାପତି ଗାୟକ ପ୍ରକୃତିବନ୍ଧୁ ଗଗନବିହାରୀ ସିଂହ ସୂଚନା ଦେଇଛନ୍ତି । କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲାର ପାଲା ଗାୟକ,ଗାୟୀକା,ବାୟକ, ସଙ୍ଗୀତ ଗାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିବସ ସନ୍ଧ୍ୟାରେ ୨ଟି ଗାୟକ ଦଳ ଓ ଦ୍ୱିତୀୟ ଦିବସ ସନ୍ଧ୍ୟାରେ ୨ଟି ଗାୟୀକା ଦଳ ପାଲା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।


