ଗାଁରେ ଅସାମାଜିକ ଯୁକକଙ୍କ ଦୈରାତ୍ମ୍ୟ ଗ୍ରାମବାସୀ ଦେଲେ ଥାନାରେ ଲିଖିତ ଅଭିଯୋଗ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦା (ପାଇକସାହି) ଗ୍ରାମରେ ଅସାମାଜିକ ଯୁବକ ଆଡ୍ଡା ଜମାଇଥିବା ବେଳେ ଅବାଧରେ ବ୍ରାଉନ ସୁଗାର ଓ ଗଞେଇ ବିକ୍ରି କରୁଛନ୍ତି । ଏପରିକି ଏହାକୁ ବିରୋଧ କଲେ ମାରି ଦେବାକୁ ଧମକ ଦେଇ ଗ୍ରାମରେ ଆତଙ୍କ ସୃଷ୍ଟି କରୁଛନ୍ତି । ଯାହାଫଳରେ ଗ୍ରାମବାସୀ ଭୟଭୀତ ହେବା ସହ ଉକ୍ତ ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଈଁ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମର ତ୍ରିଲୋଚନ ପାଳ , ଧର୍ମାନନ୍ଦ ପରିଜା, ଶିବ ଚରଣ ବେହେରା, ଗୌତମ ବେହେରା, ରଂଜିତ ପାଳଙ୍କ ସମେତ ଶତାଧିକ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ପତ୍ରରେ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯେଗା ମୁତାବକ ଦିଲ୍ଲିପ ଜେନା, ତପନ ଜେନା, ମାଳି ଜେନା, ସଲାମତ ଅଲ୍ଲିଖାନ ସଂଧ୍ୟା ସମୟରେ ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି । ଯାହାଫଳରେ ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକମାନେ ଉକ୍ତ ନିଶା ସେବନ କରି ନିଶାଗ୍ରସ୍ତ ଅବସ୍ଥାରେ ରହୁଛନ୍ତି । କିଛି ଦିନ ତଳେ ରାଜା ଖାନ ନକଲି ଟଙ୍କା କାରବାରରେ ସଂସ୍ଳିଷ୍ଟ ରହିଥିଲା । ଯାହାର ରିପୋର୍ଟ ଥାନାରେ ମଧ୍ୟ ପୂର୍ବରୁ ପ୍ରଦାନ କରାଯାଇଛି । ଏହି ୩ ଜଣ ଗଙ୍ଗଦା(ପାଇକସାହି) ଗ୍ରାମରେ ଘର କରି ରହିଥିବା ବେଳେ ଆମେ ଆମେ ସେହି ବାଟ ଦେଇ କୌଣସି କର୍ମ କରିବା ପାଇଁ ଯାଇ ପାରୁନାହୁଁ । ଦିଲ୍ଲିପ ଜେନା ଓ ରାଜା ଖାଁ ବିନା ପୋଷକରେ ଗାଁ ଦେଇ ମଶାଣିକୁ ଯିବା ଆସିବା କରୁଥିବାରୁ ଗାଁର ଝିଅ ବୋହୁ ମାନେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏସଂକ୍ରାନ୍ତରେ ମଝିପଡା ଓ ଗଙ୍ଗଦା-ପାଇକସାହିର ଗ୍ରାମବାସୀ ବସି ରାଜା ଖାଁକୁ ଗ୍ରାମରୁ ବିଦା କରିଥିଲେ । କିନ୍ତୁ ୩ ମାସ ବାହାରେ ରହି ସେମାନେ ପୁନର୍ବାର ଗ୍ରାମରେ ଆସି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଦିଲ୍ଲିପ ଜେନାଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ