କନ୍ଧମାଳ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦ୍‍ଘାଟିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଏସ୍‍ଏନ୍‍ଏଲ୍‍ ଅଫିସ୍‍ ପରିସରରେ ଏକ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଏସ୍‍ଏନ୍‍ଏଲ୍‍ ଓଡ଼ିଶା ଶାଖାର ସିଜିଏମ୍‍ ଡ.ଉଦୟ ଶଙ୍କର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଡ଼ିଓ ଶୁରେଶ କୁମାର ସାହୁ, ଏସଡ଼ିଓ ମନୋଜ କୁମାର ପଟନାୟକ, ଏକାଉଣ୍ଟ ଅଫିସର ପ୍ରେମଚାନ୍ଦ ଦାସଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଏହି କଷ୍ଟମର ସର୍ଭିସ୍‍ ସେଣ୍ଟର ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ସହ ଉପଭୋକ୍ତା ମାନଙ୍କର ଅତି ନିକଟତର ହୋଇ ବିଶ୍ୱାସ ଭାଜନ ହୋଇପାରିବ ବୋଲି ସିଜିଏମ୍‍ ଏହି ଅବସରରେ ପ୍ରକାଶ କରିଥିଲେ । ଫଳରେ ଆଗାମି ଦିନରେ ଅଧିକରୁ ଅଧିକ ଗ୍ରାହକ ସୃଷ୍ଟି ହୋଇପାରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଶେଷରେ ଏହି ସିଏସ୍‍ସିର ଫ୍ରାଞ୍ଚାଇଜ୍‍ ନେଇଥିବା କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ