ଭୁବନେଶ୍ୱରରୁ ପୁଣେକୁ ବିମାନ ସେବା ନିମନ୍ତେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଦେଶର ଏକ ନମ୍ବର୍ ମୁଖ୍ୟମନ୍ତ୍ରୀ ପଦବୀ ବଜାୟରଖିବା ପରେ ଆସନ୍ତା 24 ତାରିଖରୁ ରାଜଧାନୀ ଭୁବନେଶ୍ୱରରୁ ପୁଣେ ସିଧାସଳଖ ବିମାନ ସେବା କ୍ଷେତ୍ରରେ ଆଉ ଏକ ପୃଷ୍ଠା ଯୋଡ଼ିବାକୁ ଯାଉଛନ୍ତି I ମହାରାଷ୍ଟ୍ରର ପୁଣେ ସ୍ଥିତ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ, ଉତ୍କଳ ସମାଜ ସଂଗଠନ ଭଳି ବହୁ ପ୍ରବାସୀ ଓଡ଼ିଆ ସଂଗଠନର ବାରମ୍ବାର ଦାବି ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରୁ ମହାରାଷ୍ଟ୍ରର ପୁଣେ ପର୍ଯ୍ୟନ୍ତ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଚୂଡ଼ାନ୍ତ ନିଷ୍ପତି ହୋଇସାରିଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତିପର୍ବ ମଧ୍ୟ ସମାପ୍ତ ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହିଭଳି ଐତିହାସିକ ନିଷ୍ପତି ପାଇଁ ପ୍ରମୁଖ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି I ଏହି ଐତିହାସିକ ବିମାନ ସେବା ଦ୍ୱାରା ଓଡ଼ିଶା ବାସୀ ମହାରାଷ୍ଟ୍ରର ପୁଣେ ସହରରୁ ସୁବିଧାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ପାଇପାରିବା ସହ ଏହା ଉଭୟ ରାଜ୍ୟର କଳା ସଂସ୍କୃତିର ଆଦାନପ୍ରଦାନ ସହ ଉଭୟ ରାଜ୍ୟର ହସ୍ତଶିଳ୍ପର ପ୍ରଚାର ପ୍ରସାର ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି ସଂଗଠନ ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ସୌମ୍ୟରଞ୍ଜନ ମହାପାତ୍ର ସମେତ ସଂଗଠନ ସଦସ୍ୟ ଜନ୍ମେଜୟ ବିଶ୍ବାଳ,ଆନନ୍ଦ ମହାପାତ୍ର, ତ୍ରିନାଥ ବେହେରା,ଶ୍ରୀକାନ୍ତ ପରିଡ଼ା,ଅଖିଳ ଜେନା, ବୈଜୟନ୍ତୀ ବାରିକ, ଜ୍ୟୋତି ରଞ୍ଜନ ପଣ୍ଡା, ଦୀପ୍ତି ରଞ୍ଜନ ମହାନ୍ତି, ସଂଯୋଗ ଦାସ୍, ସତ୍ୟ ପ୍ରକାଶ ଦାସ୍, ବିଜୟ ବେହେରା, ଅକ୍ଷୟ ଜେନା, ପ୍ରଦୀପ ବେହେରା, ପ୍ରୀତମ୍ ପଣ୍ଡା, ବିନୋଦ୍ ସାହୁ,ସୁନୀଲ କର,ଶୁଭେନ୍ଦୁ ମହାପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଏୟାର ଏସିଆ ପକ୍ଷରୁ ଚଳିତ ମାସ 24 ତାରିଖ ଠାରୁ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଏନେଇ ବୁକିଂ ବ୍ୟବସ୍ଥା ମଧ୍ୟ ହୋଇସାରିଥିବା କମ୍ପାନୀ ସୂତ୍ରରୁ ପ୍ରକାଶ I ସପ୍ତାହକୁ କେବଳ ଶନିବାରକୁ ବାଦ୍ ଦେଇ ବାକି ଛଅ ଦିନ ଏହି ବିମାନ ଚଳାଚଳ ହେବା ନେଇ ନିଷ୍ପତି ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ