ରଘୁନାଥପୁର ଠାରେ ଦ୍ୱିତୀୟ ଦିବସ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରଘୁନାଥପୁର ଖେଳପଡିଆ ଠାରେ ଚାଲିଥିବା ୧୪ତମ ଅଦୈତ ନାୟକ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫିର ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟରଫାଇନାଲ ମ୍ୟାଚ ଯାଜପୁରର ଗୋଲକୁଣ୍ଡ ସହିତ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୩ଉଇକେଟ ହରାଇ ୨୨୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଜ୍ୟୋତିରଞ୍ଜନ ମହାରଣା ସର୍ବାଧିକ ୧୦୨ରନ ଓ ଆକାଶ ପୋଦ୍ଧାର୪୭ରନ ସଂଗ୍ରହ କରିଥିଲେ । ଅପରପକ୍ଷରୁ ବୋଲର ୟୁ.ସବ୍ୟସାଚୀ ଯଟା ୪ଓଭର ବୋଲିଂ କରି ୪୫ରନ ଦେଇ ୨ଉଇକେଟ ନେଇଥିଲେ । ଜବାବରେ ଯାଜପୁରର ଗୋଲକୁଣ୍ଡ କ୍ରିକେଟ ଟିମ ୮ଉଇକେଟ ହରାଇ ୧୯୮ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଅନୁରୂପ ଭାବେ ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ୟୁନିକ୍ୟୁ ଇଲେଭେନ ଭଦ୍ରକ ସହିତ ପାରାମାଉଣ୍ଟ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପାରାମାଉଣ୍ଟ ଟସଜିତି ୨୦ଓଭରରେ ୪ଉଇକେଟ ହରାଇ ୧୬୭ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ରୋହିତ ସାଗର ସର୍ବାଧିକ ୫୧ ଓ ଶକ୍ତି ଦାସ ୫୦ରନ ସଂଗ୍ରହ କରିଥିଲେ । ଜବାବରେ ୟୁନିକ୍ୟୁ ଇଲେଭେନ ଭଦ୍ରକ ୧୯.୨ଓଭରରେ ୫ଉଇକେଟ ହରାଇ ୧୭୨ରନ ସଂଗ୍ରହ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ଦଳପକ୍ଷରୁ ରାମଚନ୍ଦ୍ର ବେହେରା ସର୍ବାଧିକ ୯୦ରନ ସଂଗ୍ରହ କରିଥିଲେ । ଅମ୍ପେୟାର ଭାବେ ଯଯାତିକେଶରୀ ମହାପାତ୍ର, ଖଗେଶ୍ୱର ମଲ୍ଲିକ ଓ ଶରତ ଚନ୍ଦ୍ର ଜେନା ଖେଳ ପରିଚାଳନା କରିଥିଲେ । ସେହିଭଳି ସ୍କୋରର ଭାବେ ଜୟନ୍ତ ନାୟକ ଓ ଭାଷ୍ୟକାର ଭାବେ ପ୍ରଦିପ୍ତ ନାୟକ, ବିଣ୍ଣୁ ବୋଇତାଇ, ଗୋପବନ୍ଧୁ ମାଝୀ ଦାୟିତ୍ୱ ନିର୍ବାହ କରିଥିଲେ । ମ୍ୟାନ ଅଫଦି ମ୍ୟାଚ ଭାବେ ଜ୍ୟୋତି ଶଙ୍କର ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା । ଖେଳକୁ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ ।


