ଫେବୃୟାରୀ ୧୦ରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ କଂଗ୍ରେସର ମହା ଆନ୍ଦୋଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ଓ କେନ୍ଦ୍ରାପଡା ପୈାରାଚଂଳର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଯୋଗଦେଇ ଦେଶ ଗଠନରେ କଂଗ୍ରେସର ଐତିହାସିକ ଅବଦାନ ସମ୍ପର୍କରେ ବିବରଣୀ ଦେଇ ଆଗାମୀ ଦିନରେ କଂଗ୍ରେସ ତା’ର ହୃତ ଗୈାରବ ଫେରିପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ କଂଗ୍ରେସର ମାଟି ପାଇଁ ପାଟି ଖୋଲ ଆହ୍ୱାନକୁ ସ୍ୱାଗତ କରିଥିଲେ ଏବଂ ସବୁମତେ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି କର୍ମୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ପୂର୍ବତନ ମନ୍ତ୍ରୀ ବେହେରା କେନ୍ଦ୍ରାପଡାରେ କଂଗ୍ରେସ ସଂଗଠନକୁ ଅଧିକ ଲୋକାଭିମୁଖୀ କରିବାକୁ ସେ ନିଜକୁ ସମର୍ପିତ କରିବେ ବୋଲି କହିବା ସହ ଆସନ୍ତା ଫେବୃୟାରୀ ୧୦ତାରିଖରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନର ଅଭୁତପୂର୍ବ ସଫଳତା ପାଇଁ କର୍ମୀମାନଙ୍କୁ ନିବେଦନ କରିଥିଲେ । ଫେବୃୟାରୀ ୧୦ତାରିଖ ମେଡିକାଲ କଲେଜ ପାଇଁ ମହାଆନ୍ଦୋଳନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ କଂଗ୍ରେସର ନେତୃତ୍ୱମାନଙ୍କୁ ନିମନ୍ତ୍ରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିସହ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକମାନଙ୍କ ଜିଲ୍ଲାର ସ୍ୱାର୍ଥସାଧନ କ୍ଷେତ୍ରରେ ଋଷି ସୁଲଭ ନିରବତାର ନିନ୍ଦା କରାଯାଇଥିଲା । ପ୍ରାରମ୍ଭରେ କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ସମସ୍ତ କୃଷକବନ୍ଧୁଙ୍କର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ପ୍ରଫୁଲ୍ଲ କୁମାର ଦାସ, ଫକିର ଚରଣ ଖଟୁଆ, ସୈାମେନ୍ଦ୍ର ପୃଷ୍ଟି, ମୀର ମୁର୍ଶିଦ, ଆଶିଷ ମେକାପ, ରତିକାନ୍ତ ସାମଲ, ନାରାୟଣ ପରିଡା, ଭାଗିରଥୀ ଜେନା, ଅଜୟ ପ୍ରଧାନ, ଧନେଶ୍ୱର ପ୍ରଧାନ, ପ୍ରଭାତ ଉଡାନସିଂ, ରାଜେଶ ମହାନ୍ତି, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ମହେନ୍ଦ୍ର ପରିଡା,କଳାକାର ମଳିକ, ଧରଣୀଧର ସୁଆର, ଗଣେଶ୍ୱର ମେକାପ, ପ୍ରମୋଦ ରାଉତ, ସଞ୍ଜିବ ବିଶ୍ୱାଳ, ବାବାଜୀ ମଳିକ,ବସନ୍ତ କୁମାର ରାଉତ, ଦିଲ୍ଲିପ କୁମାର ରାଉତ, ବୈକୁଣ୍ଠନାଥ ସେନାପତି, ଭଜହରି ସେଠୀ, ମଧୁସୁଦନ ସେଠୀ, କଳ୍ପତରୁ ଦାସ, ମୁକ୍ତାର ଖାଁ, ସୟଦ ମୁକ୍ତାର ଅଲ୍ଲୀ, ହିବଜୁର ରହେମାନ, ହିମାଂଶୁ ବେହେରା, ଅନ୍ତର୍ଯ୍ୟାମୀ ପରିଡା, ଦୟାନିଧି ପରିଡା, ରାଜନ ଥାଟୋଇ, ଚନ୍ଦନ ଦାଶ, ସିଦ୍ଧାର୍ଥ ଜେନା, ରଶ୍ମିରଞ୍ଜନ ସ୍ୱାଇଁ, ନିରଞ୍ଜନ ମେକାପ, ପ୍ରଶାନ୍ତ ଜେନା, ଜ୍ଞାନରଞ୍ଜନ ମହାନ୍ତି, ଅଭୟ କୁମାର ଜେନା, ସୁରେଶ ମାହାଳିକ, ବିଚିତ୍ର ଲେଙ୍କା, ସନ୍ତୋଷ ପାଣିଗ୍ରାହୀ, ଅନନ୍ତ ସ୍ୱାଇଁ , ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ