ଜାତୀୟ ବାଳିକା ଦିବସ ପାଳିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପ୍ରତି ବର୍ଷ ଜାନୁଆରୀ ୨୪ ତାରିଖକୁ ସାରା ଦେଶରେ ଜାତୀୟ ବାଳିକା ଦିବସ ରୂପେ ପାଳନ କରାଯାଉଛି।ଏହି କ୍ରମରେ ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରବିବାର ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଏହି ଉପଲକ୍ଷେ ମୁଖ୍ୟ ଅତିଥି ଜାତୀୟ ବାଳିକା ଦିବସ ପାଳନର ବାସ୍ତବତା ଓ ସେମାନଙ୍କ ପ୍ରତି ଉଦ୍ଧିଷ୍ଟ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୁଗୋପଯୋଗୀ ଆଇନ,ସହାୟତା ଓ ଅନ୍ୟାନ୍ୟ ଉନ୍ନତି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।ପରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫୦ ଜଣ ବାଳିକା ଶିକ୍ଷାର୍ଥୀ ପ୍ଲାକାର୍ଡ ଓ ବ୍ୟାନେର ପ୍ରଦର୍ଶିତ କରି ସଚେତନତା ସୃଷ୍ଟି କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ