କପାଳେଶ୍ୱର ପଂଚାୟତ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ପକ୍ଷରୁ ପବିତ୍ର ୭୨ତମ ଜନରାଜ୍ୟ ଦିବସ ଅବସରରେ ପଂଚାୟତ ସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବ- ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ମେଜର ଭରତ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସମ୍ମାନୀତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବିଡିଓ ଅଶ୍ୱିନୀ କୁମାର ଦାସ ଓ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ମଧୁସୁଦନ ରାଉତ ପ୍ରମୁଖ ଯୋଗଦେଇ ସରପଂଚ ଶ୍ରୀମତୀ ମହାନ୍ତିଙ୍କ ଏତାଦୃଶ ପ୍ରତିଭା ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରିଥିଲେ । ଏହି ଅବସରରେ କପାଳେଶ୍ୱର ପଂଚାୟତ ପକ୍ଷରୁ ପୂର୍ବତନ ସରପଂଚ ମନ୍ମଥ ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ଶାନ୍ତିଲତା ରାଉତ, ବିଶ୍ୱଜିତ ମହାନ୍ତି, ଅଭିମନ୍ୟୁ ଗୋଛାୟତ, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ହୃଷିକେଶ ପଣ୍ଡା, କେଶବ ସେଠୀ, କାଇଁଚ ଶିଳ୍ପୀ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ଓ ସନ୍ଧ୍ୟାରାଣୀ ନାୟକ, ପଂଚାୟତ ମହାସଙ୍ଘର ଏମବିକେ ସ୍ନେହଲତା ପ୍ରଧାନ, ବ୍ୟଙ୍ଗ କବି ଶ୍ରୀଧର କୁମାର ମହାନ୍ତି, ସମାଜସେବୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି, ନୃତ୍ୟଶିଳ୍ପୀ ସ୍ୱସ୍ତିକ ଶ୍ରୀବାସ୍ତବ, ପଣ୍ଡିତ ରବିନାରାୟଣ ମହାପାତ୍ର ଓ ଗଗନ ବିହାରୀ ଆଚାର୍ଯ୍ୟ, କ୍ରୀଡାବିତ ସେକ ସମିଉଲ ଇସଲାମ, କୃତ୍ତିଛାତ୍ରୀ ରାଣୀ ସ୍ୱାଇଁ, ସ୍ୱେଛାସେବୀ ଦେବାଶିଷ ମହାନ୍ତି ପ୍ରମୁଖଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଦରଣୀୟା ସରପଂଚ ଗାୟତ୍ରୀ ମହାନ୍ତିଙ୍କୁ ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ “ପଂଚାୟତ ଗୈାରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବକୁ ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଶ୍ରୀଧର ମହାନ୍ତି ଅତିଥି ପରିଚୟ ପ୍ରଦାନ ଓ ପ୍ରାକ୍ତନ ସରପଂଚ ଶ୍ରୀ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । ପଂଚାୟତର ନାୟବ ସରପଂଚ ରତ୍ନାକର ବେହେରା, ୱାର୍ଡସଭ୍ୟସଭ୍ୟା କଳ୍ପନା ସ୍ୱାଇଁ, ସରିତା ଦାସ, ପୁରୁଷୋତ୍ତମ ସେଠୀ, ହରେକୃଷ୍ଣ ବେହେରା, ମନୋରଞ୍ଜନ ବେହେରା, ମାଲିକ ଅଲିଜାନ, ନିକୁଞ୍ଜ ମହାପାତ୍ର, ରାଜୁ ମଲ୍ଲିକ, ଶଙ୍କର ରାଓ, ପଂଚାୟତ ବିଜେଡି ସଭାପତି ଶୈଳେନ୍ଦ୍ର ସ୍ୱାଇଁ, ଗୋବର୍ଦ୍ଧନ ମଲ୍ଲିକ, ଗଙ୍ଗାଧର ସ୍ୱାଇଁ, ପ୍ରଦୀପ ମହାପାତ୍ର, ଦେବାଶିଷ ସ୍ୱାଇଁ, ପ୍ରମୋଦ ପ୍ରଧାନ, ମୀନକେତନ ସାମଲ, ପଂଚାୟତ ନିର୍ବାହୀ ଅଧିକାରୀ ଶାରଦା ପ୍ରସନ୍ନ ରାଉତ, ନିରାକାର ସ୍ୱାଇଁ, ଦିଲ୍ଲିପ କୁମାର ସାମଲ,ଜୟନ୍ତୀ ମଲ୍ଲିକଙ୍କ ସମେତ ପଂଚାୟତର ଅଙ୍ଗନୱାଡିକର୍ମୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ