ହୃଦରୋଗ ଔଷଧର ଚାହିଦାର ରେକର୍ଡ ବୃଦ୍ଧି ; ୨୦ପ୍ରତିଶତ ରିହାତି

ଫାର୍ମାସୀ, ଡାଇଗ୍ନୋଷ୍ଟିକ ଓ ଇ-ପରାମର୍ଶରେ ନିପୁଣତା ଲାଭ କରିଥିବା ଭାରତର ସର୍ବବୃହତ ଇ-ହେଲଥ କମ୍ପାନୀ ମେଡ୍‌ଲାଇଫ ର ହୃଦରୋଗ ଔଷଧ ବିକ୍ରିରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ଗ୍ରାହକ କେନ୍ଦ୍ରିତ ବ୍ରାଣ୍ଡ ହୃଦରୋଗ ଔଷଧ ଉପରେ ୨୦ପ୍ରତିଶତ ରିହାତି ପ୍ରଦାନ କରୁଛି । ଅଧିକୃତ ବିକ୍ରେତାଙ୍କ ନିକଟରେ ରିହାତି ଯୁକ୍ତ ଔଷଧ ଯୋଗାଇ ମେଡ୍‌ଲାଇଫ ଏକ ବିଶ୍ୱସନୀୟ ବ୍ରାଣ୍ଡ ଭାବରେ ଉଭା ହୋଇଛି ।
ହୃଦରୋଗ ବ୍ୟତିତ ମଧୁମେୟ, ତ୍ୱଚାରୋଗ, ଶ୍ୱାସ ଓ ସ୍ତ୍ରୀ ରୋଗ ଆଦିର ଔଷଧର ଚାହିଦା ବୃଦ୍ଧି ପାଇଛି । ମେଡ୍‌ଲାଇଫରେ କେବଳ ବୈଧ୍ୟ ଡାକ୍ତରଙ୍କ ଲିଖିତ ଔଷଧ ମିଳିଥାଏ । କମ୍ପାନୀ ପକ୍ଷରୁ କ୍ୟାଶ୍‌ବ୍ୟାକ୍ ଏବଂ ରେଫରାଲ ଡିସକାଉଂଟ ଦିଆଯାଇଥାଏ ।
ଏ ସମ୍ବନ୍ଧରେ ମେଡ୍‌ଲାଇଫ ର ମୁଖ୍ୟ ମାର୍କେଟିଂ ଅଫିସର ମିରା ଆୟର କହିଛନ୍ତି, “ମେଡ୍‌ଲାଇଫ ଭାରତର ଟାୟାର ୨ ସହର ମାନଙ୍କରେ ନିଜର କାୟା ଦୃତ ଗତିରେ ବୃଦ୍ଧି କରିବାରେ ଲାଗିଛି । ଏହା ସ୍ୱାସ୍ଥ୍ୟ ଅନିର୍ବାଜ୍ୟ ଔଷଧ ପାଇଁ ପ୍ରଥମ ପସନ୍ଦ ପାଲଟି ପାରିଛି । ସଭିଙ୍କ ପାଇଁ ସୁଲଭ ଓ ଶସ୍ତା ଔଷଧ ଯୋଗାଇଦେବା ମେଡ୍‌ଲାଇଫର ମୂଳ ଲକ୍ଷ ରହିଛି ।”
ଇ-ଫାର୍ମାସୀ ବଜାରରେ ମେଡ୍‌ଲାଇଫର ୩୦% ଅଂଶ ଅଛି । ଏହା ଆସନ୍ତା ୨ ବର୍ଷ ମଧ୍ୟରେ ୫୦% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଭୁବନେଶ୍ୱର ରେ ମେଡ୍‌ଲାଇଫର ଚାହିଦା ୫ ଗୁଣ ବୃଦ୍ଧି ପାଇଛି ।
ମେଡ୍‌ଲାଇଫ ବର୍ତମାନ ୨୯ ରାଜ୍ୟରେ ୨୦,୦୦୦ରୁ ଉଦ୍ଧ୍ୱର୍ ସ୍ଥାନରେ ଏହାର ସେବା ଉପଲବ୍ଧ କରାଉଛି । ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀ ୧୦୦୦ କୋଟିର ଉଦ୍ଧ୍ୱର୍ ବ୍ୟବସାୟ କରିପାରିଥିଲା । ଆସନ୍ତା ବର୍ଷରେ ଏହା ୧୫୦୦ କୋଟି ବିକ୍ରିର ଲକ୍ଷ ଧାର୍ଯ୍ୟ କରିଛି । ମେଡ୍‌ଲାଇଫର ଗୋଟିଏ ଜାତୀୟ ଓ ୫ ଟି କ୍ଷେତ୍ରୀୟ ଲାବୋରେଟରୀ ଏବଂ ୩୫୦ରୁ ଉଦ୍ଧ୍ୱର୍ ଫ୍ଲେବୋଟୋମିଷ୍ଟ ମାଧ୍ୟମରେ ରୋଗି ସେବା ପ୍ରଦାନ କରାଯାଉଛି । ଗତ ବର୍ଷ ଇ-କ୍ଲିନିକ ୨୪୭ ଅଧିଗ୍ରହଣ ପରେ ଏହାର ଇ-ପରାମର୍ଶ ସେବା ମଧ୍ୟ ଆରମ୍ଭ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ