ଶାମୁକା ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ପ୍ରକଳ୍ପ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଶାମୁକା ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ପ୍ରକଳ୍ପ ହେବ । ଜମି ଅଧିଗ୍ରହଣ କାର୍ଯ୍ୟ ପୂଣ୍ଣ । ପରିବେଶ ଅନୁମତି ଅନୁସାରେ ନିର୍ମାଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଧିଗୃହିତ ଜମିରେ ପାଚେରୀ ନିର୍ମାଣ ପାଇଁ ଇଡ଼୍କୋଙ୍କୁ ନିର୍ଦ୍ଦେଶ । ଭୁବନେଶ୍ୱର, ପୁରୀ ଜିଲ୍ଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ । ଜାତୀୟ ସ୍ତରରେ ଏହା ସର୍ବବୃହତ ଏକକ ପ୍ରକଳ୍ପ ଭାବେ ନିର୍ମାଣ ହେବ । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏ ବିଷୟରେ ସବିଶେଷ ଆଲୋଚନା ହୋଇଥିଲ। । ରାଜ୍ୟ ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ପର୍ଯ୍ୟଟନ ସଚିବ ଶ୍ରୀ ବିଶାଳ କୁମାର ଦେବ ପ୍ରକଳ୍ପ ବିକାଶର ସଦ୍ୟତନ ସ୍ଥିତି ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରି ଏହାକୁ ଏକ ବିଶ୍ୱସ୍ତରୀୟ ଏକକ ପ୍ରକଳ୍ପ ଭାବେ ନିର୍ମାଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ପାଇଁ ୯୭୨ ଏକର ଜମି ଅଧିଗ୍ରହଣ ସରିଥିବାରୁ ଏଥିରେ ତୁରନ୍ତ ପ୍ରଚୀର ନିର୍ମାଣ କରିବାକୁ ଶ୍ରୀ ତ୍ରିପାଠୀ ଇଡ଼୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସମୁଦ୍ର ତଟବର୍ତ୍ତୀ ହୋଇଥିବାରୁ ପ୍ରାଚୀରକୁ ଯଥା ସମ୍ଭବ ଲୁଣା ପ୍ରଭାବ ଜନିତ ଅବକ୍ଷୟ ନିରୋଧକ କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ପର୍ଯ୍ୟଟନର ମାନାଙ୍କ ବୃଦ୍ଧି ସହ ରାଜ୍ୟକୁ ଧନୀକ ଶ୍ରେଣୀୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ଭଳି ଏହି ପ୍ରକଳ୍ପର ପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବୈଠକପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପର୍ଯ୍ୟଟନ ସଚିବ ଶ୍ରୀ ଦେବ କହିଥିଲେ ଯେ ଇତି ମଧ୍ୟରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଛି । ପ୍ରକଳ୍ପ ନିର୍ମାଣ ନିମନ୍ତେ ଇଡ଼୍କୋ ଏବଂ ଓଡ଼ିଶା ପର୍ଯ୍ୟଟନ ନିଗମଙ୍କ ସହଭାଗିତାରେ ‘ଶାମୁକା ପର୍ଯ୍ୟଟନ ବିକାଶ ନିଗମଦ ନାମରେ ଏକ ଯୁଗ୍ମ କଂପାନୀ ଗଠନ କରାଯାଇଛି । ପ୍ରକଳ୍ପ ପାଇଁ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡଙ୍କ ଅନୁମତି, ତଟବର୍ତ୍ତୀ ଅଂଚଳ ପରିଚାଳନା କର୍ତ୍ତୁପକ୍ଷକଙ୍କ ଅନୁମତି ଏବଂ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅନୁମତି ମିଳିସାରିଛି । ଶ୍ରୀ ଦେବ ଆହୁରି ମଧ୍ୟ କହିଥିଲେ ଯେ ପରିବର୍ତ୍ତିତ ପ୍ରାକୃତିକ ପରିବେଶ ଯୋଗୁ ପୂର୍ବ ପ୍ରସ୍ତୁତି ‘ମାଷ୍ଟର ପ୍ଲାନ୍ଦରେ କିଛି ପରିବର୍ତ୍ତନ କରାଯିବାର ଆବଶ୍ୟକନା ଅଛି । ବର୍ତ୍ତମାନ ସମୁଦ୍ର ତଟରେ ନୂଆ କରି ବାଲିକୁଦ ସୃଷ୍ଟି ହେଉଛି । ତେଣୁ ସେଗୁଡିକର କୌଣସି କ୍ଷତି ନକରି ପ୍ରକଳ୍ପ ଯୋଜନାର ଆନ୍ତରୀଣ ପରିବର୍ତ୍ତନ କରାଯିବ । ଏଥିରେ କଳା ଓ ସଂସ୍କୃତି କେନ୍ଦ୍ର, ସଂଗ୍ରହାଳୟ, ବିଳାଶପୂଣ୍ଣ ର୍ ହୋଟେଲ, ଗଲ୍ଫ୍ କୋର୍ସ, ଭିଲ୍ଲା, ଆବାସିକ ଆପାର୍ଟମେଣ୍ଟ୍, ଷ୍ଟ୍ରିଟ୍ ବଜାର, ଆତିଥ୍ୟ ପ୍ରତିଷ୍ଠାନ ଏବଂ ମିଶ୍ରିତ ପର୍ଯ୍ୟଟନ ସଂପତ୍ତି ଆଦି ନିର୍ମାଣ କରାଯିବ । ଖୋଲା ଯାଗା ଏବଂ ପାର୍କ ମଧ୍ୟ ରହିବ । ତେବେ ଚାହିଦା ଅନୁସାରେ ପ୍ରକଳ୍ପର ଭିନ୍ନ ଭିନ୍ନ ଅଂଶ ନିର୍ମାଣ କରାଯିବ । ପରିବର୍ତ୍ତିତ ମାଷ୍ଟର ପ୍ଲାନ୍ ୪ ମାସ ମଧ୍ୟରେ ପୂଣ୍ଣ ର୍ାଙ୍ଗ ହେବ ବୋଲି ସଚିବ ଶ୍ରୀ ଦେବ କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ଧଳ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ୍ ଯାଦବ, ପୁରୀ ଜିଲ୍ଲାପାଳ ବଲ୍ୱନ୍ ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ପରାମର୍ଶଦାତା ଓ ବିଶେଷଜ୍ଞମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉମାକାନ୍ତ ମହାପାତ୍ର, ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ


