ଘରବାରି ପଟ୍ଟା ଯୋଗାଇଦେବା ଦାବୀ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଆର୍ଯ୍ୟପଲ୍ଲୀର ବାସିନ୍ଦା

ଛତ୍ରପୁର,(ଦେବଦତ୍ତ ମହାରଣା): ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଶିକ୍ଷିତ ଯୋଗ୍ୟ ଯୁବକ/ଯୁବତୀ ମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା କାରଖାନା ଗୁଡିକରେ ନିଯୁକ୍ତି ପ୍ରଦାନ କରିବା, ଆର୍ଯ୍ୟପଲ୍ଲୀ ପଂଚାୟତରେ ବାସ ଗୃହ କରି ରହିଥିବା ସମସ୍ତ ଗୃହ ମାନଙ୍କୁ ଘରବାରି ପଟ୍ଟା ପ୍ରମାଣପତ୍ର ଯୋଗାଇ ଦେବା ସମେତ ବିଭିନ୍ନ ଦାବୀ ନେଇ ମଙ୍ଗଳବାର ସରପଂଚ ଏମ୍ ଲକ୍ଷ୍ମୀ ଓ ମତ୍ସଜିବି ନେତା ଏମ୍ ଗୁମାଲିଙ୍କ ନେତୃତ୍ୱରେ ବହୁ ଯୁବକ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ସମ୍ବଳିତ ଦାବୀ ପତ୍ର ମଧ୍ୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଲିଙ୍ଗରାଜ ବେହେରା, ସଞ୍ଜୟ କୁମାର ସାହୁ, ନାରାୟଣ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ