ଚାକିରି ହରାଇଲେ ୨୫ ହଜାର ହୋମଗାର୍ଡ

ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଜବରଦସ୍ତ ଝଟକା ଲାଗିଛି । ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ହୋମଗାର୍ଡଙ୍କୁ ଯୋଗୀ ସରକାର ଚାକିରିରୁ ହଟାଇ ଦେଇଛନ୍ତି । ଦୈନିକ କାର୍ଯ୍ୟ ହିସାବରେ ଟଙ୍କା ନେଉଥିବା ଏହି ହୋମଗାର୍ଡମାନଙ୍କୁ ଏବେ କୌଣସି କାମରେ ନିୟାଜିତ କରୁନାହାନ୍ତି ।
ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପୁଲିସ୍ ମୁଖ୍ୟ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ହାମଗାର୍ଡଙ୍କୁ କୌଣସି ପ୍ରକାରର ସରକାରୀ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞପ୍ତିରେ ସେ କହିଛନ୍ତି ଯେ ଏପ୍ରିଲ ମାସରେ ନିୟମିତ ପୁଲିସ୍ ଫାର୍ସ ପଦବୀ ଫାଙ୍କା ପଡ଼ିବାରୁ ୨୫ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଏମାନଙ୍କୁ କାର୍ଯ୍ୟରୁ ବେଦଖଲ କରିବାକୁ ଅଗଷ୍ଟ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା । ତେଣୁ ଏବେ ଏମାନଙ୍କୁ ଆଉ କୌଣସି କାର୍ଯ୍ୟ ନ ଦେବାକୁ ନିଷ୍ପତ୍ତି ହାଇଛି । ଯୋଗୀ ସରକାରଙ୍କ ପାଖରେ ହୋମଗାର୍ଡ ମାନଙ୍କୁ ମଜୁରୀ ଦେବାକୁ ଟଙ୍କା ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ନିକଟରେ ଯୋଗୀ ସରକାର ହୋମଗାର୍ଡଙ୍କ ଦୈନିକ ପ୍ରାପ୍ୟକୁ ୫୦୦ରୁ ୬୭୨ ଟଙ୍କାକୁ ବୃଦ୍ଧି କରିଥିଲେ । ରାଜ୍ୟରେ ପ୍ରାୟ ୧ ଲକ୍ଷ ହୋମଗାର୍ଡ ରହିଛନ୍ତି । ଏମାନେ ପୁଲିସ୍ ବାହିନୀ ସହ ମିଶି କାର୍ଯ୍ୟ କରନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହାମଗାର୍ଡ ଟ୍ରାଫିକ ପୋଷ୍ଟ, ଭିଆଇପିଙ୍କ ସୁରକ୍ଷା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଥାଆନ୍ତି । ଗୋଟିଏ ପଟେ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଥିବାରୁ ଅନେକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି । ଶ୍ରମିକ ଗାଷ୍ଠୀଙ୍କୁ ବିଭିନ୍ନ କମ୍ପାନୀ ଚାକିରିରୁ ହଟାଇବାରେ ଲାଗିଛି । ଏପରି ସ୍ଥିତିରେ ୨୫ ହଜାର ହୋମଗାର୍ଡ ଚାକିରି ହରାଇବା ବେକାରୀ ସମସ୍ୟାକୁ ଦୁଇଗୁଣିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ