ପରିବା ବିକାଳିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗାଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ କନକ ବେହେରା । ତାଙ୍କ ଘର ଚିକରଡା ଗାଁରେ । ସକାଳେ କନକ ରଣ୍ଡା ବଜାରକୁ ଯିବା ପାଇଁ ପରିବା ଧରି ରାସ୍ତା ପାର ହେଉଥିଲେ । ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ରଣ୍ଢା ଛକରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଗାଡ଼ି ଅଟକି ରହିଛି । ଦୀର୍ଘ ଦିନ ହେବ ରଣ୍ଢା ଛକରେ ଏକ ଫ୍ଲାଇ ଓଭରବ୍ରିଜ ନିର୍ମାଣ କରିବାକୁ ସ୍ଥାନୀୟ ଲାକେ ଦାବି କରିଆସୁଛନ୍ତି । ପ୍ରଶାସନ ମଧ୍ୟ ଓଭରବ୍ରିଜ କରିବାକୁ ହିଁ ମାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସେଠାରେ ଫ୍ଲାଇ ଓଭରବ୍ରିଜ ନିର୍ମାଣ ହୋଇନଥିବା ସ୍ଥାନୀୟ ଲାକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ