ଆସିକାରେ ଶ୍ରଦ୍ଧାଳୁ ମହିଳାଙ୍କ ନାଗ ଚତୁର୍ଥୀ ପୂଜା
ଆସିକା (ୱାଇଏନ୍ଏସ୍): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମହିଳା ମାନେ ବିଭିନ୍ନ ସ୍ଥାନରେ ୍ରୁଶୁକ୍ରବାର ନାଗଚତୁର୍ଥୀ ପୂଜା କରିଥିବା ଲକ୍ଷ୍ୟ କରାଯାଇଛି। ହିନ୍ଦୁ ସମ୍ପ୍ରଦାୟର ମହିଳା ମାନେ ଉଇହୁଙ୍କା ନିକଟରେ ବିଧିବିଧାନ ଅନୁଯାୟୀ ପରିବାରର ମଙ୍ଗଳ କାମନା ଓ ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ନାଗଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମହିଳା ମାନେ ଏହି ନାଗ ଚତୁର୍ଥୀ ପୂଜା କରିଥିଲା ବେଳେ ଶ୍ରଦ୍ଧାଳୁ ମହିଳା ମାନେ ନିଷ୍ଟାର ସହ ରହି ଉଇ ହୁଙ୍କା ନିକଟରେ ନାଗଦେବତାଙ୍କୁ ଅତ୍ୟନ୍ତ ଭକ୍ତିପୂତ ସହକାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ପବିତ୍ର ନାଗ ଚତୁର୍ଥୀ ତିଥିରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱାସ ଓ ପରମ୍ପରାର ବ୍ରତ ପାଳନ କରି ନିଜ ପରିବାରର ସୁଖ ଶାନ୍ତି, ସର୍ପ ଭୟରୁ ମୁକ୍ତି, ସନ୍ତାନମାନଙ୍କ ସୁସ୍ଥତା, ସୁରକ୍ଷା ଓ ଦୀର୍ଘାୟୁ ନିମନ୍ତେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।


