ସିପିଆଇ ଓ ସିପିଆଇ(ଏମ) ମିଳିତ ବିରାଟ ଗଣଧାରଣା

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ଗଭୀର ଆର୍ଥିକ ସଂକଟ ଓ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପ୍ରତିବାଦରେ ସିପିଆଇ ଓ ସିପଆଇ(ଏମ) ପକ୍ଷରୁ ମୋଦି ହଟାଓ ଦେଶ ବଂଚାଅ ନାରା ଦେଇ ହାତରେ ଦଳୀୟ ପତାକା ଧରି ଶହଶହ ମହିଳା ଓ ପୁରୁଷ ମାନେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ପି.ହରିକୃଷ୍ଣ ରେଡ୍ଡୀ ଓ ସିପିଆଇ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ପାର୍ଟିର ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଓ ସିପଆଇ(ଏମ)ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଯୋଗଦେଇ ମୋଦି ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ । ମୋଦି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ବିଜେପି ସରକାରଙ୍କ ଭୂଲ ଓ ବିପଦ୍‌ଜନକ ନୀତି ଫଳରେ ଦେଶର ଅର୍ଥନୀତି ଆଜି ଘୋର ସଂକଟ ସମ୍ମୁଖୀନ ହୋଇଛି । ମୋଟର ଯାନଠାରୁ ଆରମ୍ଭ କରି ବସ୍ତ୍ର ଓ କପଡା ଶିଳ୍ପ, ପରିବହନ ଓ ନିର୍ମାଣ ଶିଳ୍ପ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ମାନ୍ଦାବସ୍ଥା ଗ୍ରାସ୍ କରିଯାଇଛି । ଏଣୁ ସରକାରୀ ପୁଞ୍ଜିନିବେଶ ବୃଦ୍ଧିକରି ନିଯୁକ୍ତି ସୃଷ୍ଟି କରାଯାଉ ଏବଂ ସେପର୍ଯ୍ୟନ୍ତ ବେକାରୀ ଭତା ଦିଆଯାଉ । ସମସ୍ତ ପ୍ରକାର ଛଟେଇ ଓ କାମବନ୍ଦକୁ ରୋକାଯାଉ । ସର୍ବନିମ୍ନ ମାସିକ ମଜୁରୀ ୧୮ ହଜାର ଟଙ୍କା ଏବଂ ନିଯୁକ୍ତି ହରାଇଥିବା ବ୍ୟକ୍ତିଙ୍କୁ ମାସିକ ଭତା ଦିଆଯାଉ । ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ, ପ୍ରତିରକ୍ଷା ଓ କୋଇଲା କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ବନ୍ଦ ହେଉ । ଏମନରେଗା ପାଣ୍ଠି ବୃଦ୍ଧିକରି ଗ୍ରାମୀଣ ବେକାରୀଙ୍କୁ ସର୍ବନିମ୍ନ ୨୦୦ ଦିନ ନିଯୁକ୍ତି ପ୍ରଦାନ କରାଯାଉ । କୃଷକମାନଙ୍କ ଉପରୁ ଋଣଛାଡ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲଗୁତି ଦେଢଗୁଣ କରାଯାଉ । ବାର୍ଦ୍ଧକ୍ୟ ଓ ବିଧବା ଭତା ମାସିକ ୩ ହଜାର ଟଙ୍କା ଦେବା ପାଇଁ ସେମାନେ ଦାବୀ କରିଥିଲେ । ସେହିପରି ପୂର୍ବତନ ବିଧାୟକ ତଥା ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଏନ୍‌.ନାରାୟଣ ରେଡ୍ଡୀ ଯୋଗଦେଇ କହିଥିଲେ ଯେ ନବୀନ ପଟ୍ଟନାୟକ ଦେଶର ଶତ୍ରୁ ନୁହଁନ୍ତି ମୋଦୀ ଦେଶର ମୁଖ୍ୟଶତ୍ରୁ ଅଟନ୍ତି । କେନ୍ଦ୍ରସରକାର ବିରୁଦ୍ଧରେ ଦେଶର ସମସ୍ତ ବାମପନ୍ଥୀ ଧର୍ମନିରପେକ୍ଷଶକ୍ତି ଏକାଠୀ ହେବାର ଆବଶ୍ୟକତା ଅଛି । ଦେଶର କଷ୍ଟଲବ୍ଧ ସ୍ୱାଧୀନତା , ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର କର୍ତବ୍ୟ । ଏଣୁ ଆଗାମୀ ଜାନୁଆରୀ ୮ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବା ନିମନ୍ତେ ସେ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ , ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର , ସପିଆଇ(ଏମ) ଜିଲ୍ଲା ସଂପାଦକ କୈାଳାସ ଷଡଙ୍ଗୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ନନ୍ଦ, ସିପିଆଇ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀହର୍ଷ ରଥ, ସିପିଆଇ ରାଜ୍ୟ ଯୁବ ସଂଘର ସଭାପତି ତଥା ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ, ଉକ୍ରଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ୍‌.ଭାନୁମତୀ ରେଡ୍ଡୀ, ସିପିଆଇ ଛତ୍ରପୁର ଜୋନାଲ ସଂପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ସହ-ସଂପାଦକ ଡି.ଆଦିନାରାୟଣ ରେଡ୍ଡୀ, ଗଂଜାମ ଜୋନାଲ ସଂପାଦକ ବୃନ୍ଦାବନ ପଲାଇ, ସହ-ସଂପାଦକ ପୂର୍ଣ୍ଣ ରଥ, ଚମାଖଣ୍ଡି ଜୋନାଲ ସହ-ସଂପାଦକ ଗୁରୁନାଥ ପ୍ରଧାନ ଓ ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀ, ପ୍ରଫୁଲ କୁମାର ପାଣିଗ୍ରାହି, ରାଜୀବ ଲୋଚନ ପଣ୍ଡା ଙ୍କସମେତ ବହୁ ତୁଙ୍ଗନେତା ମାନେ ଯୋଗଦେଇ କେନ୍ଦ୍ରସରକାରଙ୍କ ଜନମାରଣା ନିତୀ ବିରୁଦ୍ଧରେ ବର୍ଷିଥିଲେ । ପରେ ଏକ ପ୍ରତନିଧୀ ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ