ବିଦ୍ୟାଳୟ ଉପର ଛାତ ଦେଇଯାଇଥିବା ୩୩କେଭି ବିଦ୍ୟୁତ ତାର ହଟାଇବାକୁ ଦାବି

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପର ଦେଇ ୩୩କେଭି ବିଦ୍ୟୁତ ଲାଇନ ତାର ବିପଦପୂର୍ଣ୍ଣ ଭାବେ ଯାଇଥିବାରୁ ଏହାକୁ ହଟାଇବା କିମ୍ବା ସ୍ଥାନାନ୍ତର କରିବାପାଇଁ ବିଦ୍ୟାଳୟ ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ଦାବି ପତ୍ର ଗାରାବନ୍ଧ ସ୍ଥିତ ବିଦ୍ୟୁତ ବିଭାଗର ପରିଚାଳକଙ୍କୁ ବିଦ୍ୟାଳୟ କମିଟି ପକ୍ଷରୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏହି ବିଷୟକୁ ନେଇ ପୂର୍ବରୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟାଳୟର କର୍ତ୍ତୃପକ୍ଷ ମାନେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ମଧ୍ୟ ପାଇଥିଲା । ମାତ୍ର ବିଭାଗ ପକ୍ଷରୁ ଏହି ବିପଦପୂର୍ଣ୍ଣ ଭାବେ ଯାଇଥିବା ୩୩କେଭି ବିଦ୍ୟୁତ ତାରକୁ ସ୍ଥାନାନ୍ତର କରିବାପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ପୁନର୍ବାର ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହାସହ ଉକ୍ତ ଅଭିଯୋଗକୁ ଗଜପତି ଜିଲ୍ଲାପାଳ, ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଉପଲଡା ଏସ୍‌.ଡି.ଓ.ଙ୍କୁ ପ୍ରଦାନ କରି ଉକ୍ତ ସମସ୍ୟାର ସମାଧାନପାଇଁ ନିବେଦ କରିଛନ୍ତି । ନଚେତ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ ଦାୟୀ ରହିବେ ବୋଲି ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଏ.ରାଘବେନ୍ଦ୍ର ଓ ପ୍ରଧାନ ଶିକ୍ଷକ ଦାନିଏଲ ଜେନା ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ