ଆର.ଉଦୟଗିରି ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା

ଆର.ଉଦୟଗିରି,(ଦେବାଶିଷ କାର୍ଜି):ସରକାର ଆଦିବାସୀ ଓ ଗ୍ରାମାଞ୍ଚଳ ଲୋକ ମାନଙ୍କ ଲାଗି ଅନେକ ଯୋଜନା ସାଥେ ସଡକ ଯୋଜନା ପ୍ରଣୟନ କରି ଲୋକଙ୍କ ଗମନା ଗମନର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ରାସ୍ତା ନିର୍ମାଣ ହେଉଛି ସତ କିନ୍ତୁ ତାହାର ସଠିକ ତଦାରଖ ହୋଇପାରୁ ନଥିବା ହେତୁ ନିର୍ମାଣର ଅଳ୍ପ କେଇ ଦିନ ମଧ୍ୟରେ ଉକ୍ତ ରାସ୍ତା ଅକ୍ରମନ୍ୟ ହୋଇପଡୁଛି | ଫଳରେ ଯାତାୟତ କରୁଥିବା ଯାତ୍ରୀମାନେ ଉକ୍ତ ରାସ୍ତାର ଅବସ୍ଥା ଯୋଗୁଁ ଅନେକ ଯାତ୍ରୀ ରାସ୍ତାରେ ହଟହଟା ହେବା ସାଙ୍ଗକୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି | ଗଜପତି ଜିଲ୍ଲା ଆର.ଉଦୟଗିରି ଦେଇ ଯାଇଥିବା ଏହି ୩୨୬ ଏ ଜାତୀୟ ରାଜପଥ ଏହାର ଏକ ଜ୍ୱଳନ୍ତ ଉଦାହରଣ | ତେବେ ଏହି ମୁଖ୍ୟ ରାସ୍ତା ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ପଡିଥାଏ ହଜାର ହଜାର ଖାଲ ଖମା | କେଉଁ କେଉଁ ସ୍ଥାନରେ ପିଚୁ ରାସ୍ତାରୁ ସମ୍ପୂର୍ଣ୍ଣ ଉଠି ଯାଇଛି ତ ଆଉ କେଉଁଠି ରାସ୍ତା ମଝିରେ ବଡ଼ ଖାଲ ଖମା ହୋଇ ମେଟଲ ଗୁଡ଼ି ବାହାରି ରାସ୍ତାକୁ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ କରିଛି | ଫଳରେ ଅନେକ ସମୟରେ ରାସ୍ତାର ଏପରି ଅବସ୍ଥା ଯୋଗୁଁ ଚାଳକ ମାନେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି | ତେଣୁ ଅଞ୍ଚଳବାସି ଏହାର ଶୀଘ୍ର ସମାଧାନ ଲାଗି ଅଭିଯୋଗ କରିଛନ୍ତି | ତେବେ ଏହି ରାସ୍ତାର ସମସ୍ୟା ନେଇ ଅଞ୍ଚଳ ବାସି ବହୁବାର ଅଭିଯୋଗ କଲାପରେ ଧର୍ମକୁ ଆଖିଠାର ଦେଲାଭଳି ରାସ୍ତାର ଗୋଟିଏ ପାର୍ଶ୍ୱ କୌଣସି ଏକ ଠିକା ସଂସ୍ଥା ଆସି କେତେକ ନିର୍ଦ୍ଧିଷ୍ଟ ସ୍ଥାନରେ ମନମୁଖି ଭାବେ ରାସ୍ତାରେ ଅଳ୍ପ ପରିମାଣରେ ପିଚୁ ପକାଇ ଚାଲିଯାଉଛନ୍ତି | ସେପଟେ ଉକ୍ତ ରାସ୍ତାରେ ପିଚୁ ପକାଉଥିବା କର୍ମଚାରୀ ମାନଙ୍କୁ ସ୍ଥାନୀୟ ଲୋକେ ତାଗିଦ କଲେ ଆମକୁ ଯେମିତି କାମ କରିବା ଲାଗି ନିର୍ଦେଶ ଦିଆଯାଇଛି ଆମେ ସେପରି କରିବୁ ବୋଲି ଠିକା ସଂସ୍ଥାର କର୍ମଚାରୀ ମାନେ କହୁଛନ୍ତି | ଏହି ସମସ୍ୟା ନେଇ ଆମେ ଆର.ଉଦୟଗିରି ଗୋଷ୍ଠିଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ , ନିଜେ ଗୋଷ୍ଠିଉନ୍ନୟନ ଅଧିକାରୀ ମଧ୍ୟ ଅନେକ ଥର ଉଚ୍ଚ କତୃପକ୍ଷଙ୍କୁ ଏ ସମସ୍ୟାର ସମାଧାନ ଲାଗି ଜଣାଇଥିଲେ ମଧ୍ୟ ଏ ଯାଏଁ କୌଣସି କାର୍ଯ୍ୟକାରୀ ହୋଇନଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ