ବିପ୍ଳବୀ ସୁରେନ୍ଦ୍ର ଦ୍ୱିବେଦୀଙ୍କ ୧୦୯ତମ ଜୟନ୍ତୀ ଉପଲକ୍ଷେ ସାମୁହିକ ମାଲ୍ୟାର୍ପଣ

“ଲୋକସଭାରେ ସ୍ୱର୍ଗତ ସୁରେନ୍ଦ୍ର ଦ୍ୱିବେଦୀ ଥିଲେ ଓଡିଶାର ସ୍ୱର”
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ପ୍ରଥମ ସାସଂଦ ତଥା ଓଡିଶାର ବରପୁତ୍ର ବିପ୍ଳବୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଓ ସୁରେନ୍ଦ୍ର ଦ୍ୱିବେଦୀ ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଥିବା ତାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଗୁରୁବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଫକିର ଚରଣ ଖଟୁଆ, ଗୋପାଳ ଚନ୍ଦ୍ର ମାହାଲିକ, ମହମ୍ମଦ ଆକବର ଅଲ୍ଲୀ, ମହେନ୍ଦ୍ର ପରିଡା, ଶରତ ବେହୁରା, ମୁକ୍ତାର ଖାଁ, ବିଧୁଭୂଷଣ ମହାପାତ୍ର, ଅର୍ବାନବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲଙ୍କ ସମେତ ବ୍ୟାଙ୍କର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ସୂର୍ଗତ ଦ୍ୱିବେଦୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ସ୍ୱର୍ଗତ ଦ୍ୱିବେଦୀଙ୍କ ଏକାନ୍ତ ଅନୁଗତ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନରେ ଏକ ସ୍ମୃତିସଭା ଫକିର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଲୋକସଭାରେ ସ୍ୱର୍ଗତ ଦ୍ୱିବେଦୀ ଥିଲେ ଓଡିଶାର ସ୍ୱର । ସ୍ୱର୍ଗତ ଦ୍ୱିବେଦୀ କେବଳ କେନ୍ଦ୍ରାପଡାରୁ ସାଂସଦ ହୋଇଥିଲେବି ସେ ସମଗ୍ର ଦେଶ ଓ ଓଡିଶା ପାଇଁ ମୁହଁ ିଖୋଲି ତତକାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରାପଡାକୁ ପରିଚିତ କରାଇପାରିଥିଲେ । ମାତ୍ର ୧୩ବର୍ଷ ବୟସରେ ଅଧାରୁ ପାଠଛାଡି ସ୍ୱାଧୀନତା ଆନ୍ଦୋଳନରେ ସେ ଝାସଦେଇଥିଲେ । ଜଳକର ଛାଡ, ଖଜଣାର ହ୍ରାସ, କୋଣାର୍କ ଝୋଟ କାରଖାନା ତାଙ୍କର ସଫଳତା । କେନ୍ଦ୍ରାପଡାର ଜଜାଙ୍ଗ ଠାରେ ଝୋଟ ଗବେଷଣା କେନ୍ଦ୍ର ତାଙ୍କରି ସମୟରେ ପ୍ରତିଷ୍ଠା ହୋଇଥିଲା । ସେ ତାଙ୍କ ଜୀବନ କୃଷକଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ପରେ ସେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ହୋଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ