ନନ୍ଦପୁରୀ ବାବାଙ୍କୁ ଅଜଣା ବ୍ୟକ୍ତିଙ୍କ ହତ୍ୟା ଧମକ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁ ଆଜି ଏକ ଅଜଣା ଫୋନ କଲ୍ ରେ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଏତଲା ବାବା ଦେଇଥିବା ଜଣାପଡିଛି। ଏ ନେଇ ପୁଲିସ ଘଟଣା ର ସତ୍ୟତା ନିର୍ଦ୍ଧାରଣ କରୁଥିବା ବେଳେ ଏବେ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣା ରୁ ପ୍ରକାଶ ଶନିବାର ସନ୍ଧ୍ୟା ୫ଟା ସମୟ ରେ ସ୍ୱାମୀଜୀ ଙ୍କ ଫୋନ କୁ ଏକ କଲ୍ ଆସିଥିଲା ଓ ଆପଣଙ୍କୁ ୪ଦିନ ମଧ୍ୟରେ ହତ୍ୟା କରାଯିବ ମାଓବାଦୀ ସଙ୍ଗଠନ ପକ୍ଷରୁ ଆପଣଙ୍କୁ ହତ୍ୟା କରିଯିବ ବୋଲି କୁହାଯାଇଥିଲା। ସୂଚନା ଯୋଗ୍ୟ ଯେ, ଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କ ପରେପରେ ମୁକ୍ତାନନ୍ଦ ବାବା ବର୍ତ୍ତମାନ ଜାଲେଶପଟ୍ଟା ଓ ଚକାପାଦ ଆଶ୍ରମ ଦାୟିତ୍ୱରେ ଥିଲେ l ଏହା ପରେ ସ୍ୱାମୀଜୀ ତାଙ୍କ କର୍ମକର୍ତ୍ତା ଙ୍କୁ ଜଣାଇବା ପରେ ଅଞ୍ଚଳ ରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ, ପୁର୍ବରୁ ୨୦୦୮ମସିହା ଅଗଷ୍ଟ ମାସ ୨୨ତାରିଖରେ ମଧ୍ଯ ପୁର୍ବରୁ ଏହି ଆଶ୍ରମ ରେ ରହି ଆସୁଥିବା ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀ ଙ୍କୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା ଓ ଗୋଟାଏ ଦିନ ପରେ ଦୁର୍ବୃତ୍ତ ଆଶ୍ରମ ମଧ୍ୟରେ ପଶି ହତ୍ୟା କରିଥିଲେ l ଆଜିର ଏହି ଘଟଣା ପରେ ପରେ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡି କରିଦିଆଯାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ