ଏମବିକେ ପଦବୀ ନିୟୁକ୍ତି ଚୟନରେ ଅନିୟମିତା ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍):ଓଡିଶା ଜୀବିକା ମିଶନ ଦ୍ୱାରା ପ୍ରତି ଗ୍ରାମରେ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ ଗଠନ କରାଯାଇ ପ୍ରତି ଗ୍ରାମ ପଂଚାୟତରେ ଜିପିଏଲଏଫ ଗଠନ କରାଯାଇଛି । ଉକ୍ତ ଜିପିଏଲଏଫର ହିସାବ ପତ୍ର, ସଂୟ ସହାୟକ ଗୋଷ୍ଠୀ ଗୁଡିକର କାଗଜପତ୍ର ଅଡିଟ୍ ଆଦି କରିବା ପାଇଁ ପ୍ରତି ପଂଚାୟତରେ ଜଣେ ଲେଖାଏଁ ମାଷ୍ଟର ବୁକ ୍‌କିପର(ଏମବିକେ) ପଦବୀ ପୁରଣ ହେଉଛି । ଉକ୍ତ ପଦବୀକୁ ତିନୋଟି ପ୍ରର୍ଯ୍ୟାୟରେ ଚୟନ କରାଯିବା ପାଇଁ ନିୟମ ରହିଛି । କିନ୍ତୁ ଚୟନ ଦାୟିତ୍ୱରେ ଥିବା ଅଧିକାରୀ ମନମୁଖୀ ଭାବେ ଉକ୍ତ ପଦବୀକୁ ଚୟନ କରାଯାଇଥିବାକୁ ନେଇ ନାଉଗାଁ ବ୍ଲକ ଘୋଡାଂଶ ପଂଚାୟତରୁ ତୃପ୍ତିମୟୀ ରାୟ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଆମ ପଂଚାୟତ ମହାସଂଘର ମାଷ୍ଟର ବୁକ ୍‌କିପର(ଏମବିକେ) ପଦବୀ ପୁରଣ ପାଇଁ ନୋଟିସ କରାଯାଇଥିଲା । ଉକ୍ତ ନୋଟିସ ଆଧାରରେ ନାଉଗାଁ ବ୍ଲକର ବିଏଲସି ବିଜୟଲକ୍ଷ୍ମୀ ପ୍ରଧାନ ଉକ୍ତ ପଦବୀ ଚୟନ ପାଇଁ ଆସିଥିଲେ । ସଂପୃକ୍ତ ଅଧିକାରୀ ନିଜର ପରିଚିତ ମହିଳାଙ୍କୁ ଉକ୍ତ ପଦବୀରେ ନିଯୁକ୍ତି ଦେବା ପାଇଁ ଜାଣିଶୁଣୀ ଆବେଦନକାରୀମାନଙ୍କୁ ଧମକ ଚମକ ଦେଇଥିଲେ । ଏପରିକି ସେମାନଙ୍କର ଖାତା ପତ୍ର ଚିରି ଦେଇଥିଲେ । ଦୀର୍ଘ ୩ ଘଂଟା ପରେ ଉକ୍ତ ପଦବୀ ଚୟନ ସରିଥିବା ଘୋଷଣା କରିଥିଲେ । କିନ୍ତୁ ଗାଇଡଲାଇନ ଅନୁସାରେ ୩ଟି ସ୍ତରରେ ଚୟନ କରାଯିବାର ନିୟମ ରହିଥିବା କଥା ତାଙ୍କୁ ପଚାରିବାରୁ ବିଏଲସି ମ୍ୟାଡମ ବିରକ୍ତ ପ୍ରକାଶ କରି ସେଠାରୁ ଚାଲିଯାଇଥିଲେ । ଉକ୍ତ ପଦବୀ ଚୟନରେ ସ୍ୱଛତା ଅବଲମ୍ବନ କରିବାକୁ ତୃପ୍ତିମୟୀ ଅଭିଯୋଗରେ ଦର୍ଶାଇଛନ୍ତି । ଏସଂର୍ପକରେ ବିଏଲସି ବିଜୟଲକ୍ଷ୍ମୀ ପ୍ରଧାନଙ୍କ ମତାମତ ନେବା ପାଇଁ ଯୋଗା ଯୋଗା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ