ଜିଲ୍ଲା ସ୍ତରୀୟ ଭିକାରିୀ ବଳ ସଂଙ୍ଗୀତ ପ୍ରତିଯୋଗିତା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଭିକାରୀବଳଙ୍କ ସ୍ମୃତିରେ ଜିଲ୍ଲାସ୍ତରୀୟ ଭିକାରୀ ବଳ ସଂଗୀତ ପ୍ରତିଯୋଗୀତା ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋପିନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯେଯାଗୀତାରେ ୧୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇ ଭିକାରୀ ବଳଙ୍କ ବହୁ ପୁରାତନ ଭଜନ ପରିବେଷଣ କରିଥିଲେ । ଏହି ସଂଗୀତ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଶ୍ରୀ ପ୍ରଭାତ ପଟ୍ଟନାୟକ, ଗୋପୀନାଥ ମହାପାତ୍ର, ଶିବ ମହାପାତ୍ର ବିଚାରକ ଭାର ଗ୍ରହଣ କରିଥିଲେ । ସଂଘର ସଂପାଦକ ଶ୍ରୀ ମିହିର କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଆଗାମୀ ନଭେମ୍ବର ୨ ତାରିଖରେ ମେଡିକାଲ ଛକ ଭେଣ୍ଡିଙ୍ଗ ଜୋନଠାରେ ସଂସଦର ୯ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କାହ୍ନୁ ଚରଣ ପାତ୍ର, ସୁବାସ ପାତ୍ର, ନିରଞ୍ଜନ ମଲ୍ଲିକ, ମନୋଜ ପାଣିଗ୍ରାହୀ, ଚିନ୍ତାମଣି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟକ କରିଥିଲେ ।


