ବାଇସାଇକେଲରେ ବୁହା ହେଲା ଶବ

ଜନସାଧାରଣଙ୍କ ସୁବିଧା ନିମନ୍ତେ ଶିଶୁ ଜନ୍ମ ହେବା ପରଠାରୁ ମୃତ୍ୟୁ ପର‌୍ୟ୍ୟନ୍ତ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।ବିଭିନ୍ନ ସମୟରେ ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚିବା ପୂର୍ବରୁ ଯୋଜନା ଗୁଡିକ ବିଭିନ୍ନ ସମୟରେ ବାଟମଣା ହେଉଥିବାର ନଜିର ରହିଛି । ରାଜ୍ୟରେ ବାରମ୍ବାର ଶବକୁ ଅସମ୍ମାନ କରାଯାଉଥିବାର ନଜିର ରହିଥିବା ବେଳେ ଆଜି ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶବକୁ ବାଇକରେ ବୁହା ହେବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମିଳିଥିବା ଖବର ଅନୁଯାୟୀ ବେରବୋଇ ପଂଚାୟତର ଉଦୟପୁର ଗାଁର ଅକୁର ଜେନା ଦାଣ୍ଡରେ ବସିଥିବା ବେଳେ ହଠାତ୍ ତଳେ ଅଚେତ ଅବସ୍ଥାରେ ପଡିଯାଇଥିଲେ । ଏହା ପରେ ତାଙ୍କୁ ସଂଗେ ସଂଗେ ଡେଲାଙ୍ଗ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ହସପିଟାଲରେ ଡାକ୍ତରତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହା ପରେ ମହାପ୍ରୟାଣ ଗାଡିରେ ଶବ ନେବା ପାଇଁ ଡାକ୍ତରଙ୍କୁ ମୃତକ ପରିବାର ଅନୁରୋଧ କରିଥିଲେ । ଡାକ୍ତର ମହାପ୍ରୟାଣ ଗାଡି ନଥିବାର କହିବାରୁ ଅଟୋ ଓ ଅନ୍ୟ ଗାଡିକୁ ଅପେକ୍ଷା କରିଥିଲେ । ଶେଷରେ ନିରାଶ ହୋଇ ଶବକୁ ଏକ ବାଇକରେ ବୁହା ହୋଇଥିଲା । ବାଇକରେ ଦୁଇ ଜଣ ବସି ଶବ କୁ ଘର ନିକଟରେ ପହଞ୍ଚାଇଥିଲେ । ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ