ଗଜପତି : ସିୟୁଟିଏମ୍ ପବ୍ଲିକ ସ୍କୁଲ ଦ୍ୱାରା ଶିକ୍ଷକ ପ୍ରଶିକ୍ଷଣ ଶିବିର
ପାରଳାଖେମୁୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆର୍.ସୀତାପୁର ଗ୍ରାମ ନିକଟସ୍ଥ ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ଠାରେ ସେଞ୍ଚୁରିୟନ ପବ୍ଲିକ ସ୍କୁଲ ଦ୍ୱାରା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସେଞ୍ଚୁରିୟନ୍ ବିଶ୍ୱ ବିଦୟାଳୟର ରେଜିଷ୍ଟ୍ରାର ଡକ୍ଟର ଅନୀତା ପାତ୍ର ଏବଂ ସ୍ୱତନ୍ତ୍ର ଅତିଥ ଡ. ସଞ୍ଜୟ କାପୁର କର୍ମଶାଳାରେ ଯୋଗଦେଇଥିଲେ । ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ଶିକ୍ଷାଦାନ ଉପକରଣ ବ୍ୟବହାର କରି ଜିଲ୍ଲାର ୧୦୦ରୁ ଉର୍ଦ୍ଧ ବିଜ୍ଞାନ ଶିକ୍ଷକଙ୍କ ତାଲିମ ପ୍ରାପ୍ତ କରାଇଥିଲେ । ବିଭିିନ୍ନ ଦିବସରେ ଡ. କାପୁର, ପ୍ରଫେସର ନିରଞ୍ଜନ ସୁତାର ସାମାଜିକ ସଂସ୍କୃତି ବିକାଶ ବିଭାଗର ଉଦେଷ୍ଟା ବନମାଳୀ ସାହୁ ଏବଂ ଭୁବନେଶ୍ୱର ସ୍ଥିତ କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରଫେସର ମନୋଜ କୁମାର ଘୋଷଲା ପ୍ରଶିକ୍ଷକଭାବେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଇଥିଲେ । ଏହାର ଉପକାରିତା ପିଲାମାନଙ୍କର ବୈଜ୍ଞାନିକ ଦକ୍ଷତା ବୃଦ୍ଧି କରାଇବା ନିମନ୍ତେ ଆୟୋଜିତ ହୋଇଥିଲା । ଏହା ଏକ ଆଦର୍ଶ ଭିତ୍ତିକ ତାଲିମ ଯୋଜନା । ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ତରଫରୁ ତିନିଦିନ ଧରି ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ଅଧ୍ୟକ୍ଷା ସୁନିତା ପାଣିଗ୍ରାହି ପରିଚାଳନା କରିଥିଲେ । ପ୍ରଦୀପ କୁମାର ପଣ୍ଡା ଏବଂ ସମ୍ବିତ ପାତ୍ର ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ପ୍ରଦା କରାଯାଇଥିଲା ।


