ସିଡିପିଓଙ୍କ ଅଫିସ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଧାରଣା

ଛତ୍ରପୁର (ଦେବଦତ୍ତ ମହାରଣା) : ଭାରତୀୟ ମଜଦୂର ସଂଘର ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଅସୋସିଏସନ ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ୧୫ଦଫା ଦାବୀ ନେଇ ଆଜି ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହି, ବ୍ଲକ ସଭାନେତ୍ରୀ ସରସ୍ୱତୀ ଆଚାରୀ ଓ ସମ୍ପାଦିକ ସଂଗୀତା ମହାପାତ୍ରଙ୍କ ନେତୃତ୍ୱରେ ଛତ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ହୋଇନି ଏହି ଆନ୍ଦୋଳନ ଚାଲୁରହିବ ବୋଲି ମଧ୍ୟ ସେମାନେ କହିଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ମଧ୍ୟ ଧାରଣାରେ କିଛି ସମୟ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ