ଦିବ୍ୟାଙ୍ଗ ପୁନର୍ବାସ କର୍ମଶାଳା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭାରତ ସରକାରଙ୍କର ପୁନଃ ଥଇଥାନ ପରିଷଦର ଏକ କାର୍ଯ୍ୟଶାଳା ଇନଷ୍ଟିଚୁଟ ଅଫ ହେଲଥ ସାଇନ୍ସେସ ପକ୍ଷରୁ ୧୪ ତାରିଖ ଦିନ ମେଡିଆ କର୍ମୀ ମାନଙ୍କ ପାଇଁ ଉତ୍କଳ ଚାମ୍ବର ଅଫ କମେର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅନୁକୂଲ୍ୟ ରେ ଅନୁଷ୍ଠିତ ହୋଇଯାଇଛି. ଏହି ବିଭାଗ ଯାହାର ମୁଖ୍ୟ ଉଦ୍ୟେଶ ହେଉଛି ମାନବ ସମ୍ବଳ ବିକାଶ ଚିକିତ୍ସଯ ବା ପୁନର୍ବାସ ସୁବିଧା ଦେବା I ଏହି କର୍ମଶାଳାରେ ଆରସିଆଇ ପୂର୍ବ ଅଂଚଳର ମୁଖ୍ୟ ସଂଯୋଜକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ର ପୌରୋହିତ୍ୟ କରିଥିଲେ l ସେ ଭିନ୍ନକ୍ଷମ ମାନଙ୍କର ଥଇଥାନ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ଵା ଆରୋପ କରିଥିଲେ. ଦିବ୍ୟାଙ୍ଗ ମାନଙ୍କରଶିକ୍ଷା ଉପରେ ଅଧିକ ରୁ ଅଧିକ ଗବେଷଣା ହେବ ଦରକାର ଏବଂ ମେଡିଆ ଦିବ୍ୟାଙ୍ଗ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ନିରାକରଣ ଉପରେ ଆଲୋକପାତ କରିବା ଉଚିତ . ନଳିନୀ ମହାନ୍ତି , ଇନଷ୍ଟିଚୁଟ ଅଫ ହେଲଥ ସାଇନ୍ସେସ ନିର୍ଦେଶକ,ପ୍ରୋଗ୍ରାମ୍ସ ପିଡବ୍ଲୁଡି ଆଇନ ୨୦୧୬ଏବଂ ୨୧ ପ୍ରକାର ଭିନ୍ନକ୍ଷମତା ଉପରେ ଆଲୋଚନା କରିଥିଲେ l ସେ ମଧ୍ୟ ସରକାର ଙ୍କର ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ l ଡ଼କ୍ଟର ସ୍ୱରାଜ ମିଶ୍ର ମେଡିଆର ଭୂମିକା କିଭଳି ଭାବରେ ସକାରାତ୍ମକ ହେବl ଦରକାର ବୁଝାଇଥିଲେ,ଯାହାଦ୍ୱାରା ଦିବ୍ୟାଙ୍ଗ ମାନଙ୍କର ଚିକିତ୍ସl , ସୁବିଧା ଏବଂ ପ୍ରଶିକ୍ଷଣ ବାବଦରେ ତଥ୍ୟ ଲୋକମାନଙ୍କ ପାଖରେ ସୁବିଧାରେ ପହଂଚି ପାରିବ , ସେମାନେ ଏହାଦ୍ୱାରା ଉପକୃତ ହେବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ.


