ବେଙ୍ଗାଲୋର୍ ରୁ ଗାଁ କୁ ଆସୁଥିବା ବେଳେ ଯୁବକ ନିଖୋଜ,ପରିବାର ବିଚଳିତ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ଦାଦନ ଦୁଃଖ ଗଞ୍ଜାମ ଜିଲ୍ଲାର ପିଛା ଛାଡୁନଥିବା ବେଳେ ପୁଣି ଏକ ଦାଦନ ନିଖୋଜ ଖବର ସାମ୍ନାକୁ ଆସିଛି ।ଖବର ନେବାରୁ ଜଣାପଡିଛି ଯେ,ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ଦିଲ୍ଲୀପ ବିଷୋୟୀ,ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ବେଙ୍ଗଲୋର୍ ରେ ରହୁଥିଲେ।ବଡପୁଅ ଦିପକ (୨୪)ସେଠାରେ ଏକ କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବରେ କାମ।କରୁଥିଲେ ।ସେଠାରେ କିଛି ଦିନ ତଳେ ତାଙୂ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।ସ୍ୱାସ୍ଥ୍ୟରେ ଉନ୍ନତି ନ ଘଟିବାରୁ ନିଜ ଗ୍ରାମ ବଡକୋଦଣ୍ଡାକୁ ଫେରିବା ପାଇଁ ଗତ ୧୫ ତାରିଖରେ ପ୍ରଶାନ୍ତି ଏକ୍ସପ୍ରେସରେ ଚଢିଥିଲେ ।ଯାତ୍ରା ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ ଫୋନ୍ ଯୋଗେ ନିଜ ପରିବାର ସମ୍ପର୍କରେ ଥିଲେ ।କିନ୍ତୁ ୧୫।ତାରିଖ ରାତି ୧୨ ଠାରୁ ତାଙ୍କ ମୋବାଇଲ ବନ୍ଦ ଆସୁଥିଲା ।ପରିବାର ଲୋକେ ପୁଣି ୧୬ ତାରିଖ ଦିନ ତାଙ୍କ ମୋବାଇଲ ନମ୍ବର କୁ ସମ୍ପର୍କ କରିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ସେଦିନ ମଧ୍ୟ କୌଣସି ଉତ୍ତର ମିଳୁନଥିଲା ।ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ବ୍ରହ୍ମପୁର ଷ୍ଟେସନ୍ ରେ ଆସି ଟ୍ରେନ୍ କୁ ଅପେକ୍ଷା କରିଥିଲେ କିନ୍ତୁ ଦିପକ ଟ୍ରେନ୍ ରୁ ଓହ୍ଲାଇ ନ ଥିଲେ ।୧୭ତାରିଖ ଦିନ ପରିବାର ଲୋକଙ୍କ ତରଫରୁ ବ୍ରହ୍ମପୁର ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।କିନ୍ତୁ ଦିପକ ଯେହେତୁ ବେଙ୍ଗାଲୋର୍ ରୁ ଆସୁଥିଲେ ସେଥିପାଇଁ ସେଠାରେ ଥିବା ରେଳବାଇ ଥାନୁ ନିଖୋଜ ଅଭିଯୋଗ କରିବା ପାଇଁ କହିଥିଲେ ।ଦିପକର ବାପା ଦିଲ୍ଲୀପ ସେଠାରେ ଅଭିଯୋଗ କରିଥିବା ବେଳି ଆଜି ପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିଲା ନାହିଁ ।ତେଣୁ ଆଜି ଦିପକର ଦାଦା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।ଏ ପଟେ ଦିପକଙ୍କୁ ନ ପାଇ ପରିବାର ବର୍ଗ ବ୍ୟସ୍ତ ହୋଇପଡିଛନ୍ତି । କୌଣସି ବ୍ୟକ୍ତି ଦିପକ ଙ୍କ ସନ୍ଧାନ ପାଇଲେ ୯୯୩୭୦୭୩୭୮୨,୯୯୩୭୨୪୯୩୫୭ ରେ ସମ୍ପର୍କ କରିବା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ