ଗଞ୍ଜେଇ ସହ ସ୍କୁଟି ଜବତ, ଆସାମୀ ଫେରାର..
ଭଞ୍ଜନଗର , (ସନ୍ତୋଷ ଜେନା): ଭଞ୍ଜନଗର ଅବକାରୀ ବିଭାଗ ସକାଳ ଭୋର ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ 32.025 କେଜି ବେଗ ଭର୍ତ୍ତି ଗଞ୍ଜେଇ ସହ ଗୋଟେ ସ୍କୁଟି ଜବତ କରିଛି | ଆଜି ଭଞ୍ଜନଗର ଅବକାରୀ ଥାନ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଜଙ୍ଗଲ ରେ ଏପରି ଘଟଣା ଘଟିଛି | ଆସାମୀ ଅନ୍ଧାରର ସୁଯୋଗ ନେଇ ଅବକାରୀ ଗାଡି କୁ ଦେଖି ସ୍କୁଟି ସହ ଗଞ୍ଜେଇ ଭର୍ତ୍ତି ବେଗ ଛାଡି ଖସି ଯିବାରେ ସଫଳ ହେଇଛି | ଅବକାରୀ ବିଭାଗ ତରଫରୁ ସେ ଅଞ୍ଚଳରେ ସର୍ଚ୍ଚ ଅପେରସନ କରିବା ସତ୍ୱେ ଆସାମୀକୁ ଧରିବାକୁ ବିଫଳ ହେଇଛି | ସ୍କୁଟି କୁ ଆଧାର କରି ଅବକାରୀ ବିଭାଗ ଏହି କେସ ଜଡିତ ଅନ୍ୟ ବିଭାଗ ସହ ମିଳିତ ନୁସନ୍ଧାନ ଜାରି ରଖିଛି | ଖୁବ ଶୀଘ୍ର ଆସାମୀଙ୍କୁ ଧରାଯିବ ବୋଲି ଭଞ୍ଜନଗର ଅବକାରୀ ଥାନା ଉପନିରୀକ୍ଷକ ପାର୍ଥ ସାରଥୀ ରାଉତ କହିଛନ୍ତି | କନ୍ଧମାଳ ରୁ ଭାୟା ଭଞ୍ଜନଗର ଦେଇ ଭୁବନେଶ୍ୱର ଗଞ୍ଜେଇ ଚୋରା ଚାଲାଣ ର ମୁଖ୍ୟ କରିଡ଼ର ହେଇଥିବା ବେଳେ ଉଭୟ ଅବକାରୀ ଏବଂ ପୋଲିସ ପାଇଁ ବଡ ଚେଲେଞ୍ଜ ରହିଛି | ଆଗକୁ ଏହି ବିଭାଗ ଚୋରା ଚାଲାଣ ରୋକିବାକୁ କେଉଁ ପନ୍ଥା ଅବଲମ୍ବୋ କରୁଛନ୍ତି ଦେଖିବା ବାକି ରହିଲା |


