ହିଂଜିଳି ଓକିଲ ସଂଘର ନିର୍ବାଚନ, ସମସ୍ତ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ।ରାଜ୍ୟ ବାରକାଉନସିଲର ନିର୍ଦେଶ କ୍ରମେ ଆଜି ସମସ୍ତ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଓକିଲ ସମସ୍ତ କର୍ମକର୍ତା ନିଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସଭାପତି ଭାବେ ‌ଦ୍ୱିତିକୃଷ୍ଣ ସାବତ,ଉପସଭାପତି ଉପେନ୍ଦ୍ର ପଣ୍ଡା, ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ସହସମ୍ପାଦକ ବଂଶୀଧର ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।ପୁଣି ଥରେ ନିର୍ଦ୍ଵନ୍ଦରେ ସଭାପତି ଭାବେ ନିର୍ବାଚିତ କରିଥିବା ଯୋଗୁଁ ‌ଦ୍ୱିତିକୃଷ୍ଣ ସାବତ ସଙ୍ଘର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ