ନୂତନ ବାର ସଭାପତି ରାମନାଥଙ୍କୁ ଗଜପତି ବିଜେଡି ସଭାପତି ଓ ବରିଷ୍ଠ ନେତାଙ୍କ ଅଭିନନ୍ଦନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ବାର ଆସୋସିଏସନର ୨୫ଥର ସଭାପତି ଭାବେ ନିର୍ବାଚିତ ହୋଇ ଆସୁଥିବା ରାମନାଥ ମିଶ୍ରଙ୍କୁ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଜ୍ୟସ୍ତରୀୟ ବିଜେଡି ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ଡ.ମାରୁତ କୁମାର ପାଳ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ମିଶ୍ର ବିଜେଡି ଦଳର ଜଣେ ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ସହ ବିଜୁ ପଟ୍ଟନାୟକଙ୍କ ଅମଳରୁ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଦଳମତ ନିର୍ବିଶେଷରେ ସେ ଜଣେ ନିର୍ବିବାଦୀୟ ବ୍ୟକ୍ତି ବିଶେଷ ହୋଇଥିବାରୁ ତାଙ୍କୁ ସମସ୍ତେ ଭଲପାଆନ୍ତି । ଏଣୁ ସେ ୨୫ବର୍ଷ ହେଲା ପାରଳାଖେମୁଣ୍ଡି ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ସେହିପରି ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣକୁମାର ବେହେରା, ବିବେକାନନ୍ଦ ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ପ୍ରଭାତ ପାତ୍ର, ବୀର କିଶୋର ପଟ୍ଟନାୟକ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖ ବହୁ ସାମ୍ବାଦିକ ମିଶ୍ର ୨୫ଥର ପାଇଁ ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ