ଫ୍ରାନ୍ସରୁ ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବ ୩ରାଫେଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ ଚଳାଇବାସହ ପାକିସ୍ତାନ ଓ ଚୀନ ସହିତ ଭାରତର ସୀମା ବିବାଦ ଜାରି ରହିଥିବାଯୋଗୁ ଏହାକୁ ଗୁରୁତର ସହ ଦୃଷ୍ଟିରଖିଛନ୍ତି । ଫଳସ୍ୱରୂପ ପୁଣି ପ୍ରାନ୍ସରୁ ଆଜି ୩ଟି ରାଫେଲ ଯୁଦ୍ଧ ବିମାନ ପୁଣି ଆସୁଛି ସନ୍ଧ୍ୟା ସୁଦ୍ଧା ଭାରତକୁ । ସମସ୍ତ ବିମାନଗୁଡ଼ିକ ବାଟରେ କୌଣସି ସ୍ଥାନରେ ନ ଅଟକି ସିଧା ଫ୍ରାନ୍ସରୁ ଭାରତ ଉଡ଼ାଣ କରି ସନ୍ଧ୍ୟାରେ ଅମ୍ବାଲା ବିମାନଘାଟିରେ ଲ୍ୟାଣ୍ଡ କରିବ ବୋଲି ଜଣାପଡିଛି । ଭାରତୀୟ ବାୟୁସେନାର ଏକ ଟିମ୍‌ ୩ଟି ରାଫେଲ ଆଣିବା ଲାଗି ପୂର୍ବରୁ ଫ୍ରାନ୍ସ ଯାଇଛନ୍ତି ଏନେଇ ଫ୍ରାନ୍ସ ଏବଂ ଭାରତୀୟ ଦୂତାବାସରୁ ସୂଚନା ଦିଆଯାଇଛି । ବୁଧବାର ସକାଳ ୭ଟାରେ ୩ଟି ରାଫେଲ ବିମାନ ବାରଡକ୍ସର ମେରିଗ୍ନାକ ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଛି । ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟାରେ ବିମାନଗୁଡ଼ିକ ଅମ୍ବାଲାରେ ଅବତରଣ କରିବ ବୋଲି ସୂଚନା ରହିଛି । ବାଟରେ କେବଳ ୟୁନାଇଟେଡ ଆରବ ଏମିରେଟ୍ସ ଆକାଶରେ ବିମାନଗୁଡ଼ିକରେ ଇନ୍ଧନ ଭରଣ କରାଯିବ ସୂଚନା ରହିଛି । ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିବା ଲାଗି ୫୯ ହଜାର କୋଟି ଟଙ୍କାର ଚୁକ୍ତି ପୂର୍ବରୁ କରିଛି । ଫଳସ୍ୱରୂପ ଗତବର୍ଷ ଜୁଲାଇ ୨୮ରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧ ବିମାନ ଆସିଥିଲା । ୨ୟ ପର୍ଯ୍ୟାୟରେ ଆଜି ୩ଟି ବିମାନ ଆସୁଥିବାବେଳେ ଆସନ୍ତା ଏପ୍ରିଲରେ ୯ଟି ବିମାନ ଆସିବା ନେଇ କାର୍ଜ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ