କରୋନା ପ୍ରଭାବରେ ଦେଶରେ ଗତଦିନକରେ ୩୫୪ମୃତ ଆକ୍ରାନ୍ତ ସଂଖ୍ୟା ୫୩ହଜାରରୁ ଅଧିକ
ନୂଆଦିଲ୍ଲୀ: ଗତବର୍ଷ ତୁଳନାରେ ନୂଆ କରୋନା ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ଏବେ ଦେଶରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାରେ ପକାଇଛି ସାଧାରଣରେ । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ୩୫୪ଙ୍କ ମୃତ୍ୟୁ ଘଟି ଘଟିଥିବା ସରକାରୀ ଭାବେ ସୂଚନା ରହିଛି , ଫଳରେ ଏନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଗତକାଲି ସୁଦ୍ଧା ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି । ଗତ ଦୁଇ ଦିନ ଦେଣାରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ମଙ୍ଗଳବାର ଦେଶରେ ୫୬ହଜାରରୁ ଅଧିକ ଲୋକ କରୋନା ସଂକ୍ରମିଚ ଚିହ୍ନଟ ହୋଇଥିଲାବେଳେ ଗତ ୨୪ଘଣ୍ଟାରେ ୫୩ହଜାର ୪୮୦ ନୂଆ ଆକ୍ରାନ୍ତ ଛିନ୍ନଠ ହୋଇଛନ୍ତି ଦେଶର ଵିଵହୀନ ରାଜ୍ୟରେ । ବର୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୧ଲକ୍ଷ ୪୯ହଜାର ୩୩୫ରେ ପହଞ୍ଚିଥିବା ସରକାରୀ ହବେ ସୂଚନା ରହିଛ । କରୋନା ଭୂତାଣୁ ୨ୟ ଲହର ଅଧିକ ଉଗ୍ରରୂପ ଧାରଣ କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସାଦାରଣର ସଚେତନହେବା ନିହାତି ଆବଶ୍ୟକ ହୋଇପଡ଼ିଛି।


