ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବେ ଜଷ୍ଟିସ ଏନ. ଭି. ରମନା
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ୍. ଭି. ରମନା । ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ । ୨୪ ତାରିଖରେ ଜଷ୍ଟିସ ରମନା ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ପାଖକୁ ସୁପାରିଶ କରିଥିଲେ ଜଷ୍ଟିସ ବୋବଡେ । ପ୍ରଧାନ ବିଚାରପତି ପଦବୀରେ ବର୍ଷେ ଚାରି ମାସ ରହିବେ ଜଷ୍ଟିସ ରମନା । ଜଷ୍ଟିସ ଏନ୍. ଭି. ରମନା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରେ କୃଷ୍ଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ରମନା । ଏକ କୃଷକ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାଁ ନଥାଲପତି ଭେଙ୍କଟ ରମନା । ଏବେ ସେ ସୁପ୍ରିମକୋର୍ଟରେ ବିଚାରପତି ଅଛନ୍ତି ।