୧୮ ଟି ଉଚ୍ଚ ବିଦ୍ୟାଳୟ ଓ ମନରେଗ। ଯୋଜନାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ପରିଦର୍ଶନ କଲେ ପ୍ରକଳ୍ପ ନିର୍ଦ୍ଦେଶକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳକୁ ବିଭିନ୍ନ ସମୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଘନ ଘନ ଗ୍ରସ୍ତ କରି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରି ଫେରୁଥିବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାର୍ତୟ ଭାଉ ସାହେବ ହିଞ୍ଜିଳି ଗ୍ରସ୍ତ କରି ସ୍ଥାନୀୟ ବ୍ଳକ ଓ ପୌରାଂଚଳର ୧୮ଟି ଉଚ୍ଚ ବିଦ୍ୟାଳୟର ଆବଶ୍ୟକୀୟ ଭିତିଭୂମୀର ସମୀକ୍ଷା କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଭାଉ ସାହେବ ହିଞ୍ଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ଓ ପୌର ପରିଷଦ କାର୍ଯ୍ୟାଳୟରେ ପଂହଚି ବିଡ଼ିଓ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସର୍ମ୍ପକରେ ଆଲୋଚନା କରିଥିଲେ । ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ପରେ ସ୍ଥାନୀୟ ପୌରାଂଚଳର ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ପରେ ସ୍ଥାନୀୟ ବ୍ଳକ ଖରିଡ଼ା ଉଚ୍ଚ ବିଦ୍ୟାଳୟ, ଆଲପୁର ଉଚ୍ଚ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ଶାସନଆମ୍ବଗାଁ ବୃନ୍ଦାବନ ନାୟକ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାପୁଆପଲ୍ଲୀ ଉଚ୍ଚ ବିଦ୍ୟାଳୟ, କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୟାପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡଳା ଗଣେଷ ବିଦ୍ୟାପିଠ, ବେଲଗାଁ ବେଲେଶ୍ୱର ଉଚ୍ଚ ବିଦ୍ୟାଳୟ, ବାଳକୃଷ୍ଣପୁର ଉଚ୍ଚ ବିଦ୍ୟାଳୟ, ନନ୍ଦିକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପୁଟିଆପଦର ଉଚ୍ଚ ବିଦ୍ୟାଳୟ, ଖଣ୍ଡରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରେ ପଂହଚି ସହ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ପ୍ରଣାଳୀ, ବିଦ୍ୟାଳୟ ପରିବେଶ, ଆର୍ଟ ରୁମ, ସ୍ମ୍ରାଟ କ୍ଳାସ ରୁମ, ଗ୍ରନ୍ଥାଳୟ, ବିଜ୍ଞାନାଗାର ବୁଲି ଦେଖିଥିଲେ । ବିଦ୍ୟାଳୟ ପାଠାଗାର ଓ ବିଜ୍ଞାନଗାରରେ ଉନ୍ନତି ଆଣିବା ସକାଶେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେଂଟର ଅଫ୍ ଏକ୍ସଲେନ୍ସି ସକାଶେ ଆବଶ୍ୟକୀୟ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କାର୍ଯ୍ୟାକାରୀ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହ ମନରେଗା ଯୋଜନାରେ ଦାରୁଭଦ୍ରା, କଂଚୁରୁ ଓ ଅନ୍ୟାନ ପଂଚାୟତରେ ନିର୍ମିତ ମଡ଼େଲ ପାର୍କ ଗୁଡ଼ିକୁ ପରିଦର୍ଶନ କରିଥିଲେ । ପିଡ଼ିଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ଜାନକି ପାତ୍ର, ପିଇଓ ଶୁସାନ୍ତ କୁମାର ପାତ୍ର, ଅଶ୍ୱିନି ସାହୁ, ବାସୁଦେବ ବେହେରା, ଶିବରାମ ରଣା, ସରଂପଚ ଏ. ସିତା, ରଘୁନାଥ ବେହେରା, ପ୍ରତିମା ବେହେରା, ଗୌରୀ ସାହୁ, ମାଧୁରୀ ପାଣିଗ୍ରାହୀ, ଓଏଭି ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ସମେତ ବିୀଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିିଟି ପ୍ରମୁଖ ଉପସ୍ଥିତ ଥିଲେ ।


