ଗୋରୁଗାଡି ଜବତ, ୪ଜଣ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା୧୬ନଂ ଜାତୀୟ ରାଜପଥର ଆଖୁଆପଦା ଠାରୁ ଦୁଇଗୋଟି ଗୋରୁଗାଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୁଇଗୋଟି ପିକଅପ ଗାଡିରେ ବେଆଇନ ଗୋରୁ ବୋଝେଇ ହୋଇ ପାଣିକୋଇଲି ପଟୁ ଭଦ୍ରକ ଆସୁଥିବାବେଳେ ଏହା ପୁଲିସ ହାବୁଡରେ ପଡିଥିଲା । ଜାତୀୟ ରାଜପଥରେ ବେଆଇନ ଗୋରୁଗାଡି ଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଖୁଆପଦା ଠାରେ ଆଜି ଭୋରୁଭୋରୁ ଗାଡି ତନଖି ହେଉଥିଲା । ସହକାରୀ ଅଧିକାରୀ ଅନୁରାଗ ମହାନ୍ତି ଓ କର୍ମଚାରୀ ମାନେ ଗାଡି ତନଖି କରୁଥିବାବେଳେ ଦୁଇଗୋଟି ପିକଅପରେ ଗୋରୁ ଯାଉଥିବା ଜଣାପଡିଥିଲା । ଗାଡି ଦୁଇଟିକୁ ପୁଲିସ ଥାନାକୁ ଆଣି ଏଥିରେ ଥିବା ୧୧ଗୋଟି ଗୋରୁକୁ ମଇତାପୁର ଗୋଶାଳାକୁ ପଠାଇଥିବାବେଳେ ଡ୍ରାଇଭର ଓ ହେଲପରକୁ ଗିରଫ କରିଛି ।


