ରାତ୍ରୀକାଳୀନ କ୍ରିକେଟ ମ୍ୟାଚ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ସ୍କୁଲ ପଡିଆ ଠାରେ ଏକ ରାତ୍ରୀକାଳୀନ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ସ୍ଥାନୀୟ ସରପଞ୍ଚ ଅଲିଭା ନାୟକ ଉଦଘାଟନ କରିଥିବାବେଳେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଏଥିରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ରାଣୀଗଡିଆ, ନୂଆପୋଖରୀ, ପଟାପୋଲ, ବୋଧପଡା, ରାଢୋ, ନୂଆପଡା, ଚାଙ୍ଗୁଆ ପ୍ରମୁଖ ଦଳ ଭାଗନେଇଥିଲେ । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନୂଆପଡା ଚାଙ୍ଗୁଆକୁ ହରାଇ ବିଜୟଲାଭ କରିଥିଲା । ଅମ୍ପେୟାର ଭାବେ ନିତ୍ୟାନନ୍ଦ ନାୟକ ଓ ସତ୍ୟବ୍ରତ ସାମଲ ଖେଳ ପରିଚାଳନା କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ବିଜେପିନେତା ବଦ୍ରୀନାରାୟଣ ଧଳ ଯୋଗଦେଇ ଖେଳାଳିମାନଙ୍କୁ ନଗଦ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ପ୍ରତିଯୋଗିତାର ସଂଯୋଜକ ସିଦ୍ଧନାଥ ଦାସ, ସାଗର ଲେଙ୍କା, ଦିପୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


