ଏଣିକି ୧୦ ଦିନରେ ମିଳିବ ଆୟ ଓ ସମ୍ପତି ପ୍ରମାଣପତ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଏଣିକି କମ୍ ଦିନ ଭିତରେ ମିଳିବ ଆୟ ଓ ସମ୍ପତି ସମେତ ବିଭିନ୍ନ ପ୍ରମାଣପତ୍ର । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ଦିନ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବାପାଇଁ ପ୍ରମାଣପତ୍ର ପ୍ରଦାନ ଗାଇଡ୍ ଲାଇନ୍‌ରେ ପରିବର୍ତନ କରିଛନ୍ତି । ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ ଏଣିକି ୧୦ଦିନ ଭିତରେ ମିଳିବ ବାସଗୃହ, ଆୟ ଓ ସମ୍ପତିର ପ୍ରମାଣପତ୍ର । ପୂର୍ବରୁ ଏଥିପାଇଁ ୧୫ଦିନ ସମୟ ଲାଗୁଥିଲା । ସେହିପରି ଜାତିଗତ ପ୍ରମାଣପତ୍ର ୩୦ଦିନ ପରିବର୍ତେ ୧୫ଦିନରେ ମିଳିବ । ୩୦ ଦିନ ଭିତରେ ଉତରାଧିକାରୀ , ଅଭିଭାବକ ପ୍ରମାଣପତ୍ର ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ